ଫିଲ୍ମ ନିର୍ମାତା ସୁଧୀର ମିଶ୍ରାଙ୍କ ମା’ଙ୍କ ପରଲୋକରେ ଅନିଲ କପୁର ସେୟାର କଲେ ଖୁସି ବାଲା ଇମୋଜୀ, ଲୋକେ କହିଲେ ଲାଜ ଲାଗୁନି !

କୌଣସି ବ୍ୟକ୍ତିଙ୍କ ମୃତ୍ୟୁରେ ସାଧାରଣତଃ ଆମେ ଦୁଃଖ ପ୍ରକାଶ କରିଥାଉ । ଏବଂ ନିଜର ଲୋକଙ୍କୁ ହରାଇଥିବା ବ୍ୟକ୍ତିଙ୍କୁ ଆମେ ସମବେଦନା ଜଣାଇ ଥାଉ । ହେଲେ ଫିଲ୍ମ ଅଭିନେତା ଅନୀଲ କପୁର ଏକ ମୃତ୍ୟୁ ଖବରରେ ଖୁସି ବାଲା ଇମୋଜୀ ସେୟାର କରି ଲୋକଙ୍କ ଅପମାନର ଶିକାର ହୋଇଛନ୍ତି ।

ଜଣେ ୟୁଜର କହିଛନ୍ତି ଯେ ‘‘ଶୋକ ପ୍ରକଟ କରିବା ସମୟରେ ଏତେ ଖୁସି କିଏ ହୋଇଥାଏ ? ଲାଜ ନାହିଁ କ’ଣ ? ୬୦ ଲକ୍ଷ ଫଲୋର୍ସ କ’ଣ ଭାବୁଥିବେ । ଆଉ ଜଣେ ୟୁଜର ଅନିଲଙ୍କ ଫିଲ୍ମ ‘ନାୟକ’ର ଡାଇଲଗ ପୋଷ୍ଟ କରିଛନ୍ତି । ସେ ‘ଆହୁରି ଲେଖିଛନ୍ତି, ଯେଉଁ ସମସ୍ୟା ସହଜରେ ସମାଧାନ ହୋଇ ପାରିଥାନ୍ତା,ତାକୁ ନିଜର ଫାଇଦା ପାଇଁ ଆହୁରି ବଡ଼ କରିଦେଲ ।’’

ଆଉ ଜଣେ ୟୁଜର ଅନିଲଙ୍କୁ ଜ୍ଞାନ ଦେଇ କହିଛନ୍ତି-‘‘ ପରିସ୍ଥିତି ଅନୁଯାୟୀ ଏହା ଠିକ ଇମୋଜୀ ନୁହେଁ ଅନିଲ ଜୀ ।’’ ଆଉ ଜଣେ ୟୁଜର କହିଛନ୍ତି-’ ଇମୋଜୀ ଭୁଲ ଲଗାଇଛନ୍ତି ସାର୍‌ ।’
ଫିଲ୍ମ ନିର୍ମାତା ସୁଧୀର ମିଶ୍ରାଙ୍କ ମା’ଙ୍କ ପରଲୋକ ହେବା ପରେ ସେ ଏକ ପୋଷ୍ଟ କରି ଲେଖିଥିଲେ-‘ ଗୋଟିଏ ଘଣ୍ଟା ପୂର୍ବରୁ ମୋ ମା’ ଙ୍କ ନିଧନ ହୋଇଯାଇଛି । ମା’ଙ୍କ ନିଧନ ସମୟରେ ମୁଁ ଓ ମୋ ଭଉଣୀ ତାଙ୍କ ସହ ଥିଲୁ । ମୁଁ ଏବେ ଅଫିସିଆଲି ଅନାଥ ହୋଇଗଲି ।’

anil
photo credit : patrika.com

ସୁଧୀରଙ୍କ ପୋଷ୍ଟରେ ଆୟୁଷ୍ମାନ ଖୁରାନା,ଦିବ୍ୟାଙ୍କ ତ୍ରିପାଠୀ, ଅମୃତା ରାଓ ସମେତ ବହୁ ଅଭିନେତା ଦୁଃଖ ଜ୍ଞାପନ କରିଛନ୍ତି । ସୁଧୀର ମିଶ୍ରା ଫିଲ୍ମ ପାଇଁ ସୁନ୍ଦର ସ୍କ୍ରିପ୍ଟ ଲେଖିବା ସହ ବହୁ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.