ତାରିଖ ଘୋଷଣା ସହ ବଢ଼ୁଛି ନିର୍ବାଚନୀ ତାତି, ପଶ୍ଚିମବଙ୍ଗ ଉପରେ ସମସ୍ତଙ୍କ ନଜର

କେନ୍ଯୁଜ୍: ନିର୍ବାଚନ ତାରିଖ ଘୋଷଣା ସହ ୫ ରାଜ୍ୟରେ ବଢ଼ୁଛି ତାତି । ତେବେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ଉପରେ । ବାଜିରେ ମୋଦି ଓ ଦିଦିଙ୍କ ସମ୍ମାନ । ଗତକାଲି ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ତୃଣମୂଳ କଂଗ୍ରେସ । ପ୍ରାର୍ଥୀ ତାଲିକା ଘୋଷଣା ସହ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି ମମତା ବାନାର୍ଜୀ । ମୋଦି ଓ ଶାହ ଯେତେ ଫୋର୍ସ ପଠାଇଲେ ବି ଟିଏମ୍‌ସିର ବିଜୟକୁ ଅଟକାଇ ପାରିବେନି । କେବଳ ଟିଏମ୍‌ସି ହିଁ ପଶ୍ଚିମବଙ୍ଗକୁ ନୂଆ ଶିଖରକୁ ନେଇ ପାରିବ ।

ଏଥର ନନ୍ଦିଗ୍ରାମରେ ହେବ ମହା ଲଢ଼େଇ । ପୁରୁଣା ସହଯୋଗୀରୁ ପ୍ରତିଦ୍ୱନ୍ଦୀ ପାଲଟିଥିବା ଶୁଭେନ୍ଦୁ ଅଧିକାରୀଙ୍କ ସହ ନିଜେ ଲଢ଼ିବେ ମମତା ବାନାର୍ଜୀ । ଆସନ୍ତା ୯ ତାରିଖରେ ନନ୍ଦିଗ୍ରାମ ଯିବେ । ୧୦ ତାରିଖରେ ମମତା ନାମାଙ୍କନ ପତ୍ର ଦାଖଲ କରିବେ । ସେପଟେ ବେଙ୍ଗଲ ଲଢ଼େଇ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବାମ, କଂଗ୍ରେସ ଓ ଆଇଏସ୍‌ଏଫ୍‌ ମେଣ୍ଟ । ଏପଟେ ରାଜନତିକ ଦଳଙ୍କ ମିଠେଇ ବିକୁଛନ୍ତି ଦୋକାନୀ । ପଦ୍ମ, ଦାଆ, ହାତୁଡ଼ି, ଘାସ ଫୁଲ ଓ ହାତ ଆକୃତିର ମିଠା ବିକ୍ରି ବଢୁଛି । ମାର୍ଚ୍ଚ ୨୭ରେ ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମୋଟ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.