କଳାହାଣ୍ଡି କନକପୁର ଗାଁ ଜଙ୍ଗଲ ନିକଟରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

କଳାହାଣ୍ଡି: ଜଙ୍ଗଲରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। କଳାହାଣ୍ଡି ଜିଲ୍ଲା କେଗାଁ ଥାନା କନକପୁର ଗାଁର ଜଙ୍ଗଲ ନିକଟରୁ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।

ମୃତ ମହିଳା ଜଣକ କନକପୁର ଗାଁର ଶ୍ୟାମସୁନ୍ଦର ନାଏକଙ୍କ ସ୍ତ୍ରୀ ପ୍ରିୟଙ୍କା ନାଏକ। ପେଟ୍ରୋଲରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତ୍ୟୁର କାରଣ ଜଣାପଡିନଥିବାବେଳେ ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବାନେଇ ପରିବାରଲୋକେ କେଗାଁ ଥାନାରେ ଅଭିଯୋଗ କରିଛନ୍ତି।