କପର ତାର ଚୋରି କରୁଥିବା ସମୟରେ ଖୁଣ୍ଟରୁ ଖସି ଯୁବକ ମୃତ, ବାରିପଦା ୱଲିଗଞ୍ଜ ରେଳଧାରଣାରେ ପଡିଛି ମୃତଦେହ

ମୟୁରଭଞ୍ଜ: ତାର ଚୋରି ହେଲା କାଳ। ରେଳ ବିଭାଗ ପକ୍ଷରୁ ନୂତନ ବିଦ୍ୟୁତ୍‌ କରଣ ପାଇଁ ଚାଲିଥିବା କପର ତାର ଚୋରି କରୁଥିବା ସମୟରେ ଖୁଣ୍ଟରୁ ଖସି ଯୁବକ ମୃତ। ବାରିପଦା ୱଲିଗଞ୍ଜ ସ୍ଥିତ ରେଳଧାରଣାରେ ପଡିଛି ମୃତଦେହ।

ମୃତ ଯୁବକ ଜଣକ ବାରିପଦା ବିଜୟଚନ୍ଦ୍ରପୁର ଅ଼ଚଳର ଚନ୍ଦନ ସରକାର। ଗତକାଲି ରାତିରେ ଚନ୍ଦନ ତାର ଚୋରୀ କରିବା ପାଇଁ ଖୁଣ୍ଟକୁ ଚଢିଥିଲେ। ଖୁଣ୍ଟରୁ ଖସି ପଡିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ରେଳବାଇ ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି।