ଶିବକୁମାର ବନାମ ସିଦ୍ଦରମୈୟା: କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ? ଆଜି ଆସିପାରେ ନିଷ୍ପତ୍ତି

କର୍ଣ୍ଣାଟକରେ ଛିଣ୍ଡୁନି ମୁଖ୍ୟମନ୍ତ୍ରୀ ଅଙ୍କକଷା । କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ପଦ । ସିଦ୍ଦରମୈୟା ନା ଡିକେ ଶିବକୁମାର ।ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବର ତର୍ଜମା ପରେ ନିଷ୍ପତ୍ତି ନେବେ କଂଗ୍ରେସ ହାଇକମାଣ୍ଡ ।

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଛିଣ୍ଡୁନି ମୁଖ୍ୟମନ୍ତ୍ରୀ ଅଙ୍କକଷା । କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ପଦ । ସିଦ୍ଦରମୈୟା ନା ଡିକେ ଶିବକୁମାର । ଦିନ ଗଡ଼ିବା ସହ ସସପେନ୍ସ ବଢୁଛି । ଏବେ ଦିଲ୍ଲୀରେ ହେବ ଫଇସଲା । ବିଧାୟକ ଦଳ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବର ତର୍ଜମା ପରେ ନିଷ୍ପତ୍ତି ନେବେ କଂଗ୍ରେସ ହାଇକମାଣ୍ଡ । ଆଜି ଆସିପାରେ ନିଷ୍ପତ୍ତି । ବିଧାୟକ ଦଳ ବୈଠକ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ଟିମ୍‌ ସହ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଲୋଚନା କରିବା ପରେ ନିଷ୍ପତ୍ତି ଆସିବ ।

କାଲି ବିଧାୟକ ଦଳ ବୈଠକ ବେଳେ ଡିକେ ଶିବକୁମାରଙ୍କ ସମର୍ଥକ ଶକ୍ତି ପ୍ରଦର୍ଶନ କରିଥିଲେ । ହୋଟେଲ ବାହାରେ ପ୍ଲାକାର୍ଡ ଧରି ଶିବକୁମାରଙ୍କ ସମର୍ଥନରେ ସ୍ଲୋଗାନ ବାଜି କରିଥିଲେ । ଅନ୍ୟପଟେ ଗତକାଲିଠାରୁ ଦିଲ୍ଲୀରେ ଡେରା ପକାଇଛନ୍ତି ସିଦ୍ଦରମୈୟା । ସ୍ୱାସ୍ଥ୍ୟଗତ କାରଣରୁ ଦିଲ୍ଲୀ ଆସିପାରି ନାହାଁନ୍ତି ଡିକେ ଶିବକୁମାର । ଗତକାଲି ଶୁବକୁମାରଙ୍କ ଭାଇ ଡିକେ ସୁରେଶ ଦିଲ୍ଲୀରେ ପହଞ୍ଚି ଖଡ୍‌ଗେଙ୍କୁ ଭେଟିଛନ୍ତି । ନେତୃତ୍ୱକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବିବାଦ ପୁରୁଣା । କିନ୍ତୁ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଏହାକୁ ଉଭୟେ ଚାପି ଦେଇଥିଲେ । ଏବେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଜଟିଳ ସ୍ଥିତି । ଜଣଙ୍କ ନାଁ ଘୋଷଣା ପରେ ରାଜସ୍ଥାନର ପାଇଲଟ-ଗେହଲଟ ସ୍ଥିତି ଉପୁଜିବା ସମ୍ଭାବନା ରହିଛି ।

ବର୍ତମାନ ସୁଦ୍ଧା ନିଷ୍ପତି ହୋଇନାହିଁ କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ସିଦ୍ଧରମୈୟା ରାଜ୍ୟର ସବୁଠାରୁ ବଡ ନେତା ହୋଇଥିବାବେଳେ ଶିବକୁମାର କଂଗ୍ରେସର ସଙ୍କଟମୋଚକ ରହିଛନ୍ତି । ତେଣୁ ଏବେ ସମସ୍ତଙ୍କ ନଜର କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଅଟକିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.