ନିଶା କାରବାରକୁ କେନ୍ଦ୍ରକରି ଗୁଳିକାଣ୍ଡ: ଯୁବକଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଖୋର୍ଦ୍ଧାରେ ଗୁଳିମାଡ଼ । ପାନବରଜ ଗ୍ରାମ ଛକରେ ଘଟିଛି ଗୁଳିକାଣ୍ଡ। ଗାଁର ଜଣେ ଯୁବକଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି ।ଗୁରୁତର ଭାବେ ଯୁବକ ମେଡ଼ିକାଲ୍‌ରେ ଭର୍ତ୍ତି।

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧାରେ ଗୁଳିମାଡ଼ । ପାନବରଜ ଗ୍ରାମ ଛକରେ ଘଟିଛି ଗୁଳିକାଣ୍ଡ। ଗାଁର ଜଣେ ଯୁବକଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ରାତି ୯ଟା ସମୟରେ ଘଟିଥିବାର କୁହାଯାଉଛି ।

ସୂଚନା ଅନୁଯାୟୀ ପାନବରଜ ଗ୍ରାମର ଛକ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସାମ୍ନାରେ ନିଶାଡୀ ମାନେ ପ୍ରତିଦିନ ସାନ୍ଧ୍ୟ ହେଲେ ସେଠାରେ ଆଡା ପକେଇବା ସହିତ ନିଶା ସେବନ କରୁଥିଲେ । ବିଳମ୍ବିତ ରାତିରେ ନିଜ ନିଜ ଭିତରେ କୌଣସି କାରଣକୁ କେନ୍ଦ୍ରକରି ବଚସା ହୋଇଥିବା ପରେ ଗୁଳିମାଡ଼ ହୋଇଥିଲା । ଗୁଳି ମାଡ଼ରେ ପାନବରଜ ଗ୍ରାମର ଶେଖ ନସିମ ( ବବୁଲ ) ନାମକ ବ୍ୟକ୍ତିଙ୍କୁ ଭଲିଆବାଡି ଅଞ୍ଚଳର ସତ୍ୟରଞ୍ଜନ ପ୍ରଧାନ ( ରାଣା ) ନାମକ ବ୍ୟକ୍ତି ଗୁଳି ମାରିଥିଲା ଯାହା ଫଳରେ ବବୁଲର ଡାହାଣ ପଟ ଛାତିରେ ଗୁଳି ବାଜିଛି ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ତେବେ ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତକୁ ଧରିବାପାଇଁ ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.