ରାସ୍ତା ଉପରେ ବ୍ୟବସାୟୀଙ୍କୁ ଗୁଳିମାଡ଼, ଲୁଟେରାକୁ କାବୁ କରି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ

ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ଜାତୀୟ ରାଜପଥ ଉପରେ ଲୁଟେରାଙ୍କ ଗୁଳି ମାଡ଼ରେ ବ୍ୟବସାୟୀ ଗୌରବ କୁମାର ଦାସଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ଜାତୀୟ ରାଜପଥ ଉପରେ ଲୁଟେରାଙ୍କ ଗୁଳି ମାଡ଼ରେ ବ୍ୟବସାୟୀ ଗୌରବ କୁମାର ଦାସଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବହଳଦା ବାଇପାସ ୨୨୦ ନଂ ଜାତୀୟ ରାଜପଥରେ ବ୍ୟବସାୟୀ ଗୌରବ କୁମାର ଦାସଙ୍କୁ ଲୁଟ୍ କରିବାକୁ ଆସି କିଛି ଦୁର୍ବୃତ୍ତ ଗୁଳି ମାଡ଼ କରିଛନ୍ତି। ଗୌରବଙ୍କ ପେଟରେ ଗୁଳି ବାଜିଥିବା ବେଳେ ତାଙ୍କୁ ଉଦ୍ଧାର କରି ବହଳଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଟାଟା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଜଣେ ଲୁଟେରାକୁ କାବୁ କରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି।

ସେହିପରି ଦୁଇ ଜଣ ଲୁଟେରା ଫେରାର ହୋଇଯାଇଛନ୍ତି । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବହଲଦା ପୋଲିସର ତଦନ୍ତ ଜାରି ରଖିଛି ।