କିଏ ମାରିବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍‌ ବାଜି ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ, ଚାଲିଛି ଗଣତି

ନୂଆଦିଲ୍ଲୀ: କିଏ ମାରିବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍‌ ବାଜି ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ । ବିଜେପିର ଦବଦବା ରହିବ ନା ଝାଡୁ ଚାଲିବ ? ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗଣତି । ୪୨ଟି ଗଣନା କେନ୍ଦ୍ରରେ ଚାଲିଛି ଗଣତି। ନିୟୋଜିତ ଅଛନ୍ତି ୧୦ ହଜାର ଅଧିକାରୀ । ପ୍ରାରମ୍ଭିକ ଗଣନାରେ ଆଗରେ ଆପ୍‌ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି ।

କେତେବେଳେ ଲିଡ୍‌ କରୁଛି ବିଜେପି ତ ପୁଣି ଆପ୍‌ କେତେବେଳେ ଆଗରେ ରହୁଛି । ୧୩ଶହ ୪୯ ପ୍ରାର୍ଥୀଙ୍କ ଆଜି ଭାଗ୍ୟଫଳ ବାହାରିବ । ଗତ ୪ ତାରିଖରେ ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ୫୦ ପ୍ରତିଶତ ମତଦାନ ହୋଇଥିଲା । ୨୫୦ ଓ୍ଵାର୍ଡ ବିଶିଷ୍ଠ ଏମସିଡିରେ ବିଜେପି-ଆପ ଓ କଂଗ୍ରେସ ମଧ୍ୟରେ ମୁକାବିଲା ହୋଇଛି ।

ଆପ୍‌କୁ ଏକତରଫା ବିଜୟ ମିଳିବ ବୋଲି ସବୁ ଏକଜିଟ୍‌ ପୋଲ୍‌ ଆକଳନ କରିଛନ୍ତି । ୨୦୧୭ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍‌ ନିର୍ବାଚନରେ ବାଜି ମାରିଥିଲା ବିଜେପି । ୧୮୧ଟି ଓ୍ଵାର୍ଡରେ ଉଡିଥିଲା ଗେରୁଆ ପତାକା । ଆପ ୪୮ ଓ କଂଗ୍ରେସ ୨୭ ଆସନରେ ସନ୍ତୁଷ୍ଟ ହୋଇଥିଲେ । ଭାରତୀୟ ଜନତା ପାର୍ଟିକୁ ମିଳିଥିଲା ୩୬ ପ୍ରତିଶତ ଭୋଟ । ଆପ୍‌ ୨୬ ଓ କଂଗ୍ରେସ ୨୧ ପ୍ରତିଶତ ଭୋଟ ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.