ଆଜି ଭାରତ ପାଇଁ କର ବା ମର ସ୍ଥିତି: ସିରିଜ୍ ବରାବର କରିବା ଲକ୍ଷ୍ୟରେ ଓହ୍ଲାଇବ ଟିମ୍ ଇଣ୍ଡିଆ

ଆଜି ଭାରତ ପାଇଁ କର ବା ମର ସ୍ଥିତି। ସିରିଜ୍ ବରାବର କରିବା ଉଦ୍ଦେଶ୍ୟରେ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତ-ବାଂଲାଦେଶ ଦିନିକିଆ କ୍ରିକେଟ୍ ସିରିଜ୍ର ଆଜି ଦ୍ୱିତୀୟ ମ୍ୟାଚ୍ । ଦିନ ୧୧ଟା ୩୦ରେ ଆରମ୍ଭ ହେବ ମ୍ୟାଚ୍ । ବାଂଲାଦେଶଠାରୁ ପ୍ରଥମ ଦିନିକିଆ ମ୍ୟାଚ୍ ୧ ଓ୍ଵିକେଟରେ ହାରିଯିବା ପରେ ଚାପରେ ରହିଛି ଭାରତ। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ବଞ୍ଚାଇବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେବ ।
ଭ୍ରମଣକାରୀ ଦଳ ଏହି ମ୍ୟାଚ୍ ଜିତିଲେ ସିରିଜ୍ରେ ତିଷ୍ଠି ରହିବ । ନଚେତ୍ ଗୋଟିଏ ମ୍ୟାଚ୍ ବାକି ଥାଇ ଆଗୁଆ ସିରିଜ୍ରେ ହାରିବ । ଏହି ସିରଜ୍ର ପ୍ରଥମ ମ୍ୟାଚ୍ ଖେଳିଥିବା ଭାତୀୟ ଦଳରେ ଭରପୁର ବ୍ୟାଟର ରହିଥିଲେ । ଦଳ କିନ୍ତୁ ୮ ଓଭର ଖେଳ ବାକି ଥାଇ ମାତ୍ର ୧୮୬ ରନରେ ଅଲଆଉଟ ହୋଇଯାଇଥିଲା । ଭଲ ବ୍ୟାଟର ଥାଇ ମଧ୍ୟ ଦଳ ଭଲ ସ୍କୋର କରିବାରେ ଅସମର୍ଥ ହୋଇଥିଲା ।
ଦ୍ୱିତୀୟ ମ୍ୟାଚ୍ରେ ଦଳ ଯଦି ପୂର୍ବ ଭୁଲ୍କୁ ସୁଧାରିବାରେ ଅସମର୍ଥ ହୁଏ, ତେବେ ଦଳ ନିଶ୍ଚିତ ଭାବେ ସିରିଜ୍ ହାରିଯିବ । କେବଳ ବ୍ୟାଟର ନୁହଁନ୍ତି, ବୋଲରମାନେ ମଧ୍ୟ ପ୍ରଥମ ମ୍ୟାଚ୍ ପରାଜୟ ଲାଗି ଦାୟୀ । ଏମାନେ ବାଂଲାଦେଶର ୧୦ମ ଓ୍ଵିକେଟକୁ ଭାଙ୍ଗିପାରିଲେ ନାହିଁ । ବାଂଲାଦେଶର ହିରୋ ସାଜିଥିବା ମେହନ୍ଦୀ ହାସନ ମିରାଜଙ୍କ ଗୋଟିଏ ବଲ୍କୁ ବି କ୍ୟାଚ୍ କରିଥିଲେ ଭାରତ ବିଜୟୀ ହୋଇଥାନ୍ତା ।