ଆଜି ରାଜ୍ୟସଭାରେ ମୋଦି ସରକାରଙ୍କ ଅଗ୍ନିପରୀକ୍ଷା, ଅପରାହ୍ନରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ମୋଦି ସରକାରଙ୍କ ଅଗ୍ନିପରୀକ୍ଷା । ଅପରାହ୍ନରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ । ରାଜ୍ୟସଭାରେ ମୋଦି ସରକାରଙ୍କ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ନଥିବାରୁ ଦଳ ଅନ୍ୟ ଛୋଟ ଦଳ ଉପରେ ନିର୍ଭର କରିବ । ବିଲକୁ କଂଗ୍ରେସ ସମେତ ଟିଏମ୍‌ସିି, ବାମଦଳ, ଏଆଇଏମ୍‌ଆଇଏମ୍‌, ଟିଆର୍‌ଏସ୍‌, ଡିଏମ୍‌କେ ବିରୋଧ କରିଆସୁଛନ୍ତି । ରାଜ୍ୟସଭାରେ ୧୨୧ ସଂଖ୍ୟା ଆବଶ୍ୟକ । ଏନଡିଏରେ ରହିଛି ୧୧୬ ସଂଖ୍ୟା । ଏହାରି ଭିତରେ ରହିଛି ବିଜେପି-୮୩, ଏଆଇଏଡିଏମକେ-୧୧, ବିଜେଡି-୦୭, ଜେଡିୟୁ-୦୬, ଅନ୍ୟ- ୬୫, ଏଆଇଟିସି-୧୩, ଏସ୍‌ପି-୦୯

କଂଗ୍ରେସ-୪୬ । ଶିବସେନା-୦୩, ଓ୍ଵାଇଏସଆର୍‌-୦୨ ଓ ଟିଡିପି-୦୨। ତେବେ ଆଜି ଶିବସେନା ଓ ଜେଡିୟୁ ଉପରେ ନଜର ରହିବ । ଲୋକସଭାରେ ସମର୍ଥନ ଜଣାଇଥିବା ଶିବସେନା ମତ ବଦଳାଇଛି । ଉଦ୍ଧବ ଠାକରେ କହିଛନ୍ତି, ଯେପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନି ସେ ପର୍ଯ୍ୟନ୍ତ ସେ ବିଲ ଉପରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେବେ ନାହିଁ । ଲୋକସଭାରେ ବିଲକୁ ସମର୍ଥନ କରିବାର ମାନେ ନୁହେଁ ରାଜ୍ୟସଭାରେ ବିଲକୁ ସମର୍ଥନ କରିବ । ସେହିପରି ନୀତିଶ କୁମାରଙ୍କ ଜେଡିୟୁ ମଧ୍ୟ ମତ ବଦଳାଇପାରେ ବୋଲି କୁହାଯାଇଛି । ସେହିଭଳି ବିଜେଡି ଲୋକସଭାରେ ଏହି ବିଲ୍‌କୁ ସମର୍ଥନ କରିଥିଲା । ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲା ଦଳ । ଆଲୋଚନା ବେଳେ ଏହା ଉପରେ ତିନିଟି ସଂଶୋଧନ ପ୍ରସ୍ତାବ ଆଣିଥିଲା ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.