Below header

କଣ ଆପଣ କରୋନା ଭାଇରସ କାରରେ କରିବେ କି ଯାତ୍ରା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ଭାଇରସର ପ୍ରକୋପରେ ଗତି କରୁଥିବାରୁ ଘରେ ରହିବା ପାଇଁ ବାଧ୍ୟ ହୋଇଛନ୍ତି। ଏଥିପାଇଁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ସରକାର ଅନେକ ପ୍ରକାର ପଦକ୍ଷେପ ନେବା ସହ ବାର୍ତ୍ତା ମଧ୍ୟ ଦେଉଛନ୍ତି। ସୂଚନା ମୁତାବକ ଏହିସବୁ ମଧ୍ୟରେ ହାଇଦ୍ରାବାଦରେ କାର ଡିଜାଇନ କରୁଥିବା ଜଣେ ବ୍ୟକ୍ତି ଲୋକଙ୍କୁ ମହାମାରୀ ଭଳି ଏହି ଭୟଙ୍କର ରୋଗ ବିରୁଧରେ ସଚେତନ କରାଇବା ପାଇଁ ସ୍ୱତନ୍ତ୍ର ଉପାୟ ଆପଣାଇବା ସହ ଏକ କରୋନା ଭାଇରସ କାର ତିଆରି କରିଛନ୍ତି। ହାଇଦ୍ରାବାଦରେ ତିଆରି ହୋଇଥିବା ଏହି କାର ଲୋକଙ୍କୁ ଏହି ଭାଇରସ ସଂକ୍ରମଣ ବିଷୟରେ ମଧ୍ୟ ସଚେତନତାର ବାର୍ତ୍ତା ଦେଉଛି।

coco

କାରକୁ ନେଇ ଏହାକୁ ତିଆରି କରିଥିବା ଡିଜାଇନର କହିଛନ୍ତି, ଏହି ଭାଇରସର ଭୟଙ୍କର ପରିସ୍ଥିତି ଦେଖିବା ପରେ ଏପରି କାର ତିଆରି କରିଛନ୍ତି। ସାଧାରଣ କାର ଭଳି ମଧ୍ୟ ଏହି କାର ଚାଲୁଛି। ଏହି କାରର ଡିଜାଇନ ବିଲକୁଲ କରୋନା ଭାଇରସ ଆକାରର।

ଲୋକମାନଙ୍କୁ ସଚେତନ କରାଇବା ସହ ସରକାରଙ୍କ ଆଦେଶ ପାଳନ କରିବା ପାଇଁ ଏଭଳି କାର ତିଆରି କରିଥିବା ଡିଜାଇନର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.