WHO ସହ ହାତ ମିଶେଇଲା ସୋସିଆଲ ମିଡ଼ିଆ କମ୍ପାନୀ Snapchat, କରୋନା ସହାୟତା ନେଇ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ଲେନ୍ସ

ମାରାତ୍ମକ କରୋନା ଭାଇରସ ସହ ଲଢ଼ିବା ବା ବିଶ୍ୱର ବିଭିନ୍ନ ପ୍ରାନ୍ତର ଟେକ କମ୍ପାନୀ ସାହାଯ୍ୟର ହାତ ବଢ଼ାଇଛନ୍ତି ।  ଏମିତିରେ ସୋସିଆଲ ମିଡ଼ିଆ କମ୍ପାନୀ ସ୍ନାପଚାଟ, WHO ସହ ମିଶି ଏକ ଖାସ ଏୟାର ଲେନ୍ସ ଲଞ୍ଚ କରିଛି ।  ୟୁଜର୍ସଙ୍କୁ ଏହି ଲେନ୍ସ ଜରିଆରେ କରୋନା ସତର୍କତା ନେଇ WHO ଫଣ୍ଡ ବିଷୟରେ ତଥ୍ୟ ସହଜରେ ମିଳିପାରିବ ।  ଏହା ସହ ୟୁଜର୍ସ ମାନେ ଏହି ଲେନ୍ସରେ କରୋନା ଭାଇରସ ଫଣ୍ଡକୁ କରୋନା ସହ ଲଢ଼ିବା ନେଇ ସାହାଯ୍ୟ ବାବଦ ଅର୍ଥ ଦାନ ଆକାରରେ ଦେଇ ପାରିବେ ।  ଯେବେକି ସ୍ନାପଚାଟର ଏହି ଲେନ୍ସ ୨୩ ଟି ଅନ୍ତରାଷ୍ଟ୍ରୀୟ ମୁଦ୍ରାକୁ ସପୋର୍ଟ କରି ପାରିବ ।

snap chat

ସ୍ନାପଚାଟ କମ୍ପାନୀରେ ତରଫରୁ କୁହାଯାଇଛିକି, ଏହି ସ୍ୱତନ୍ତ୍ର ଲେନ୍ସକୁ WHO ସହ ମିଶି ହିଁ ପ୍ରସ୍ତୁତ କରାଯାଇଛି ।  ଆମେ ଏହି ଲେନ୍ସ ଜରିଆରେ ୟୁଜର୍ସ ମାନଙ୍କ ନିକଟକୁ କରୋନା ଭାଇରସ ସହ ଜଡିତ ଜରୁରୀ ତଥ୍ୟ ପହଞ୍ଚାଇବୁ ।  କରୋନା ଲଢେଇରେ ଆପଣ କେମିତି ଯୋଗ ଦାନ କରି ପାରିବେ ସେ ନେଇ ଏହା ତଥ୍ୟ ଯୋଗାଇ ପାରିବ ।

ଲେନ୍ସଟି କରେନ୍ସି ସ୍କାନ କରିବା କ୍ଷଣି, ୟୁଜର୍ସଙ୍କୁ ମେଡିକାଲ ସପ୍ଲାଇ, ରିସର୍ଚ ଓ ଡେଭଲପମେଣ୍ଟ ପରି ଅପସନ ମାନ ନଜର ଆସିବ ।  ୟୁଜର୍ସ ଏହି ତିନି ବିକଳ୍ପ ଭିତରୁ କୌଣସି ଟିକୁ କ୍ଲିକ କରି WHO କରୋନା ଫଣ୍ଡକୁ ଦାନ କରି ପାରିବେ ।  ଅବଶ୍ୟ କହିରଖିବା ଉଚିତ ହେବକି ଏହି ବ୍ୟବସ୍ଥା ମାତ୍ର ୩୩ ଟି ଦେଶରେ ହିଁ ଉପଲବ୍ଧ ।

Leave A Reply

Your email address will not be published.