ବିହାରରେ ନଦୀରୁ ବାହାରୁଛି ମଦ, ମଦ ମାଫିଆଙ୍କ ଅଭିନବ ଉପାୟକୁ ଧରିଛି ଡ୍ରୋନ

 ପାଟନା :  ଖବରରେ ଥିବା ଏହି ଫଟୋଟିକୁ ଦେଖିଲେ ଆପଣ ଭାବିବେ ଯେ ନଦୀରେ ବୋଧହୁଏ ମାଛ ଧରିବା ପାଇଁ ଜାଲ ବନ୍ଧା ଯାଇଛି । ହେଲେ ନା, ଏହା ଜାଲ ନୁହେଁ ବିହାର ସ୍ଥିତ ଗଙ୍ଗା ନଦୀରେ ଜରି ଅଖାରେ ଲୁଚା ହୋଇ ରହିଥିବା ମଦ । ବିହାରରେ ମଦ ନିଷିଦ୍ଧ ହେବା ପରେ ଲୋକଙ୍କୁ ମଦ ଯୋଗାଇବା ପାଇଁ ମଦ ମାଫିଆମାନଙ୍କର ଏକ ଅଭିନବ ପ୍ରୟାସ । ବିହାରରେ କେଉଁଠି ମଦ କିଣା କିମ୍ବା ବିକ୍ରି ହୋଇ ପାରିବ ନାହିଁ । ସରକାର ଯେଉଁଠି ମଦ ଦେଖିବେ ଜବତ କରିବେ । ମଦୁଆମାନଙ୍କ କଥା ବୁଝିବା ମଦ ମାଫିଆମାନଙ୍କର ଏହା ଏକ ଅଭିନବ ପ୍ରୟାସ । ଏଠି ନା ବିଭାଗ ଦେଖି ପାରିବ ନା ଜବତ କରିପାରିବ । ହେଲେ ଚୋର ଘର ସବୁଦିନ ଅନ୍ଧାର ନୁହେଁ ନ୍ୟାୟରେ ବିଭାଗ ଆଖିରେ ଏହି ଦୃଶ୍ୟ ଆସି ସାରିଛି । ତାହା ପୁଣି ଡ୍ରୋନ ଜରିଆରେ । ତା’ ପରେ କ’ଣ ହେଲା ଜାଣନ୍ତୁ । 

ବିହାରରେ ସରକାର ମଦ ବ୍ୟାନ ବା ନିଷିଦ୍ଧ କରିଛନ୍ତି । ହେଲେ ଲୋକେ ସରାକାରଙ୍କ ନିୟମକୁ ହସରେ ଉଡାଇ ଦେଇଛନ୍ତି । ମଦ ମାଫିଆମାନେ ମଦ ବିକିବାକୁ ଏମିତି ତରିକା ଆପଣେଇଛନ୍ତି, ଯାହାକୁ ଜାଣିଲେ ଆପଣଙ୍କ ହୋଷ ଉଡିଯିବ । ବିହାରର ଛାପ୍ରା ଜିଲ୍ଲାରେ ଯେତେବେଳେ ଡ୍ରୋନ ସାହାଯ୍ୟରେ ମଦ ଉପରେ ନଜର ରଖାଗଲା ତ ବଡ଼ ଖବର ସାମ୍ନାକୁ ଆସିଲା । ଲୋକେ ନଦୀରେ ବହୁ ମାତ୍ରାରେ ମଦ ଲୁଚାଇ ରଖିଥିବା ଜଣାପଡ଼ିଲା ।

ପୋଲିସ ନଦୀରୁ ଏବେ ବହୁମାତ୍ରାରେ ମଦ ଜବତ କରିଛି । ମଦ ମାଫିଆଙ୍କ ଗତି ବିଧି ଉପରେ ନଜର ରଖିବା ପାଇଁ ଏବେ ଡ୍ରୋନର ସହାୟତା ନିଆଯାଇଛି । ଡ୍ରୋନ ଏବେ ନଦୀ ଉପରେ ନଜର ରଖୁଛି । ମଦ ମାଫିଆଙ୍କ ପାଇଁ ଡ୍ରୋନ ଏବେ କାଳ ସାଜିଛି । ସରକାର ଏବେ ଡଙ୍ଗା ସାହାଯ୍ୟରେ ମଦ ମାଫିଆଙ୍କ ଉପରେ ନଜର ରଖିଛନ୍ତି ।

ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ ମଦ ମାଫିଆମାନେ ଏବେ ନଦୀ ଓ ପୋଖରୀରେ ମଦ ଲୁଚାଇ ରଖୁଛନ୍ତି । ନିକଟରେ ମଦ ମାଫିଆମାନେ ଗଙ୍ଗା ନଦୀରେ ନୀଳ ଜରି ଅଖାରେ ମଦ ଲୁଚାଇ ରଖିଥିବା ଦେଖିବାକୁ ମିଳିଥିଲା । ବିଭାଗ ପକ୍ଷରୁ ଏସବୁକୁ ଜବତ କରାଯାଇଛି । ଡ୍ରୋନ ଜରିଆରେ ମଦ ମାଫିଆଙ୍କ ଉପରେ ଏବେ ନଜର ରଖାଯାଉଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.