ଫ୍ରେଞ୍ଚ୍‌ କିସ୍‌ କରିବା ବେଳେ ଯୁବତୀଙ୍କ କଥା ନ ମାନିବା ପଡ଼ିଲା ମହଙ୍ଗା, ଜିଭ ହରାଇଲେ ଯୁବକ

ପ୍ରେମିକାଙ୍କ କଥା ନ ମାନିବା ପ୍ରେମିକଙ୍କୁ ପଡ଼ିଛି ମହଙ୍ଗା। ମହିଳାଙ୍କ କଥା ନ ଶୁଣିବାରୁ ଜଣେ ବ୍ୟକ୍ତିଙ୍କୁ ନିଜ ଜିଭ ହରାଇବାକୁ ପଡ଼ିଛି। ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ସତ। ଆମେରିକାର ଡେଟ୍ରୟଟ ସହରରେ ଏଭଳି ଘଟଣା ଘଟିଛି। କିସ୍‌ କରିବା ଢଙ୍ଗକୁ ନେଇ ବିରକ୍ତ ହୋଇ ଜଣେ ମହିଳା ନିଜ ବୟଫ୍ରେଣ୍ଡ୍‌ର ଜିଭକୁ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି।

Image result for cut tongue"

୫୫ ବର୍ଷୀୟା ୟୁଲେଟ ବେଗେବର୍ଥ ନାମ୍ନୀ ଜଣେ ମହିଳା ନିଜ ଇଚ୍ଛାରେ ବୟଫ୍ରେଣ୍ଡଙ୍କୁ ଚୁମ୍ବନ ଦେଉଥିଲେ। କିନ୍ତୁ ସେ ପାର୍ଟନରଙ୍କୁ ଫ୍ରେଞ୍ଚ୍‌ କିସ୍‌ କରିବାକୁ ମନା କରିଥିଲେ। ମାତ୍ର ଯୁବକ ଜଣକ ମହିଳାଙ୍କ କଥା ନ ଶୁଣି ଅତି ଉତ୍ସାହିତ ହୋଇ ତାଙ୍କୁ ଫ୍ରେଞ୍ଚ୍‌ କିସ୍‌ କରିଥିଲେ। ବାରମ୍ବାର ମନା କରିବା ପରେ ମଧ୍ୟ ଯୁବକ ଜଣକ ନ ଅଟକିବାରୁ ବିରକ୍ତ ହୋଇ ମହିଳା ତାଙ୍କ ଜିଭକୁ କାମୁଡ଼ି ଛିଣ୍ଡାଇ ଦେଇଥିଲେ।

Image result for kiss"

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଛି। ପୋଲିସ ଉକ୍ତ ରୁମ୍‌ରୁ ଯୁବକଙ୍କର ପ୍ରାୟ ଏକ ଇଞ୍ଚ୍‌ ଲମ୍ବା ଜିଭ ମଧ୍ୟ ଉଦ୍ଧାର କରିଥିବା ସୂଚନା ମିଳିଛି। ତେବେ ନିଜ ୨୭ ବର୍ଷ ଚାକିରି କାଳରେ ଏମିତି କେସ୍‌ କେବେ ବି ଦେଖିନଥିବା ସମ୍ପୃକ୍ତ ତଦନ୍ତକାରୀ ଅଫିସର କହିଛନ୍ତି।

किसिंग के जोश में भूल गया लड़की की शर्त, पहुंचा हॉस्पिटल

ବର୍ତ୍ତମାନ ଯୁବକ ଜଣକ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ମହିଳାଙ୍କୁ ବର୍ଷେ କାରାଦଣ୍ଡ ଓ ୧୦୦୦ ଡଲାର ଜରିମାନା ନିର୍ଦ୍ଦେଶ ହୋଇଛି। ମାମଲାର ଆଗାମୀ ଶୁଣାଣି ଫେବ୍ରୁଆରୀ ୧୯ ତାରିଖରେ ହେବ।

Leave A Reply

Your email address will not be published.