Below header

ସ୍ୱାମୀଙ୍କ ସହ କ୍ରୁଜରେ ସେଲିବ୍ରେଟ୍ କରୁଥିବାବେଳେ ମଝି ସମୁଦ୍ରରେ ଖସିପଡି ଚାଲିଗଲା ଜୀବନ

ମଝି ସମୂଦ୍ରରେ ବାର୍ଥଡେ ସେଲିବ୍ରେସନ୍ । ଆଉ ତାପରେ ମୃତ୍ୟୁ । ଜନ୍ମଦିନ ପାଳିବାକୁ ଯାଇ ଚାଲିଗଲା ଜୀବନ । ଏଭଳି ଏକ ଘଟଣା ଘଟିଛି ମଝି ସମୁଦ୍ରରେ । ଏକ ବଡ ହୋଟେଲ ମାଲିକଙ୍କ ସ୍ତ୍ରୀଙ୍କର ରହସ୍ୟଜନକ ଭାବେ ଜାହାଜରେ ମୃତ୍ୟୁ ହୋଇଛି ।

ମଝି ସମୁଦ୍ରରେ ବାର୍ଥଡେ ସେଲିବ୍ରେସନ୍ । ଆଉ ତାପରେ ମୃତ୍ୟୁ । ଜନ୍ମଦିନ ପାଳିବାକୁ ଯାଇ ଚାଲିଗଲା ଜୀବନ । ଏଭଳି ଏକ ଘଟଣା ଘଟିଛି ମଝି ସମୁଦ୍ରରେ । ଏକ ବଡ ହୋଟେଲ ମାଲିକଙ୍କ ସ୍ତ୍ରୀଙ୍କର ରହସ୍ୟଜନକ ଭାବେ ଜାହାଜରେ ମୃତ୍ୟୁ ହୋଇଛି । ମହିଳାଜଣକ ତାଙ୍କ ସ୍ୱାମୀଙ୍କ ସହ ଜନ୍ମଦିନ ପାଳିବାକୁ କ୍ରୁଜ୍ ଟ୍ରିପରେ ଯାଇଥିଲେ । ହେଲେ ସେହିଦିନ ରାତିରେ କ୍ରୁଜରୁ ସମୁଦ୍ରକୁ ଖସିପଡି ମୃତ୍ୟୁ ହୋଇଛି ତାଙ୍କର । କିନ୍ତୁ ଏହା ମୃତ୍ୟୁ ନା ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଯଦିଓ କ୍ରୁଜ୍ କର୍ତ୍ତୁପକ୍ଷଙ୍କ ଦାବି କରିଛନ୍ତି ଯେ ସିସିଟିଭିରେ ମହିଳା ସମୁଦ୍ରକୁ ଡେଉଁଥିବା ନଜର ଆସିଛନ୍ତି ।

ଏ ହି ମାମଲା ସିଙ୍ଗାପୁରର ଏବଂ ମହିଳା ଇନ୍ଦୌର ହୋଟେଲ ବ୍ୟବସାୟୀ ଜାକେଶ ସାହାଣୀଙ୍କ ପତ୍ନୀ ରାତା ସାହାଣୀ । ଏହି ଦମ୍ପତ୍ତି ଜୁଲାଇ ୨୭ ତାରିଖରେ ରୟାଲ କ୍ୟାରିବିଅନ୍ ‘ସ୍ପେକ୍ଟ୍ରମ ଅଫ୍ ଦ ସିଜ୍’ କ୍ରୁଜରେ ସିଙ୍ଗାପୁରରୁ ବାହାରିଲେ । ଏହି ଟ୍ରିପ୍ ଫୁକେଟ୍ ହୋଇ ପେନାଙ୍ଗ ଯାଏଁ ଥିଲା । ଦୁହେଁ ମିଶି ଜୁଲାଇ ୩୦ ତାରିଖରେ ଡିନର କରିବା ପରେ ଶୋଇବାକୁ ଚାଲିଗଲେ । ହେଲେ ସକାଳୁ ପତ୍ନୀଙ୍କୁ ପାଇନଥିଲେ ଜାକେଶ ସାହାଣୀ । କ୍ରୁଜ୍ ମେମ୍ବର୍ସଙ୍କ ସହ ଅନେକ ଖୋଜାଖୋଜି କରିବା ପରେ ତାଙ୍କ ପୁଅଙ୍କୁ ରୀତାଙ୍କ ମୃତ୍ୟୁ ଖବର ଦେଲେ ଜାକେଶ । ତେବେ ବିଳମ୍ବିତ ରାତିରେ ରୀତା କ୍ରୁଜରୁ ସୁମଦ୍ରକୁ ଡେଇଁପଡୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।

ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ରୀତାଙ୍କ ପୁଅ ଓ ସମ୍ପର୍କୀୟ । କାରଣ ତାଙ୍କ ଜୀବନରେ ସେଭଳି କୌଣସି ସମସ୍ୟା ନଥିଲା, ଯାହା ଫଳରେ ସେ ଆତ୍ମହତ୍ୟା ଭଳି ଚରମ ପନ୍ଥାକୁ ଆପଣେଇବେ । ଏବେ ପୁଲିସ ରୀତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚାରାଉଚୁରା କରୁଥିବାବେଳେ ରୀତାଙ୍କ ମୃତଦେହକୁ ଉଦ୍ଧାର କରିବାକୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ଯୋଗାଯୋଗ କରିଛନ୍ତି ମୃତ ରୀତାଙ୍କ ପୁଅ । ତେବେ ଏବେସୁଦ୍ଧା ମିଳିନାହିଁ ଗଭୀର ସମୂଦ୍ରରେ ମିଶିଯାଇଥିବା ରୀତାଙ୍କ ମୃତଦେହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.