Below header

ମୋଟ ୧୪ଟି ସମ୍ବେଦନଶୀଳ ଡ୍ରେନ ଉପରେ ବିଏମସି ନଜର,ଘଟଣାସ୍ଥଳ ବୁଲି ଦେଖିଛନ୍ତି ବିଏମସି ମେୟର

ମେନ୍‌ ଡ୍ରେନ୍‌ ୧୦ଟି ଓ ସବ୍‌ ଡ୍ରେନ୍‌ ୪ଟି..ମୋଟ ୧୪ଟି ସମ୍ବେଦନଶୀଳ ଡ୍ରେନ ଉପରେ ବିଏମସି ନଜର ରଖିଛି । ଏବଂ ଅନ୍ୟ କିଛି ଡ୍ରେନ୍‌ ଗୁଡ଼ିକର ପୁନଃଉଦ୍ଧାର କାର୍ଯ୍ୟ ଜାରି ରଖିଛି ବିଏମସି । ପ୍ରବଳ ବର୍ଷା ପାଇଁ ରାଜଧାନୀର ଏଭଳି ସ୍ଥିତି ଉପୁଜିଛି, ଖୁବଶୀଘ୍ର ଡ୍ରେନ୍‌ ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି ବିଏମସି ମେୟର ।

କେନ୍ୟୁଜ୍(ବ୍ୟୁରୋ): ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱର ସ୍ଥିତି ବେହାଲ ହୋଇପଡ଼ିଛି । ମୁଖ୍ୟତଃ ସୌଭାଗ୍ୟ ନଗର, କସମପଲ୍ଲୀ, ସୁବାସ ନଗରବାସୀ, ଭୀମଟଙ୍ଗୀ, ଜଗମୋହନ ନଗର, ପ୍ରଚୀ ବିହାର, ପୋଖରୀପୁଟ୍‌, ନୟାପଲ୍ଲୀ ଭଳି ଅଞ୍ଚଳରେ ଘରେ ପାଣି ପଶିବା ଯୋଗୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ନିଷ୍କାସନ କରାଯାଇଛି ।

ଅନ୍ୟପଟେ ଘଟଣାସ୍ଥଳରେ ବୁଲି ଦେଖିଛନ୍ତି ବିଏମସି କର୍ତ୍ତୃପକ୍ଷ । ସେପଟେ ଜଳବନ୍ଦୀକୁ ନେଇ BMC ପକ୍ଷରୁ ବିଭିନ୍ନ ଜୋନରେ ଟିମ୍‌ ପ୍ରସ୍ତୁତ ହୋଇଛି । ମେନ୍‌ ଡ୍ରେନ୍‌ ୧୦ଟି ଓ ସବ୍‌ ଡ୍ରେନ୍‌ ୪ଟି..ମୋଟ ୧୪ଟି ସମ୍ବେଦନଶୀଳ ଡ୍ରେନ ଉପରେ ବିଏମସି ନଜର ରଖିଛି । ଏବଂ ଅନ୍ୟ କିଛି ଡ୍ରେନ୍‌ ଗୁଡ଼ିକର ପୁନଃଉଦ୍ଧାର କାର୍ଯ୍ୟ ଜାରି ରଖିଛି ବିଏମସି । ପ୍ରବଳ ବର୍ଷା ପାଇଁ ରାଜଧାନୀର ଏଭଳି ସ୍ଥିତି ଉପୁଜିଛି, ଖୁବଶୀଘ୍ର ଡ୍ରେନ୍‌ ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି ବିଏମସି ମେୟର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.