ବାଙ୍ଗିରିପୋଷିରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣା: ଦୁଇ ମୃତ ଦୁଇ ଗୁରୁତର

ମୃତ କାର ଚାଳକ ଜଣକ ହେଉଛନ୍ତି ଝାଡ଼ଗ୍ରାମ ଜିଲ୍ଲା ଗୋପିବଲ୍ଲଭପୁର ଥାନା ଥାନା ଅଞ୍ଚଳର ମଣି ଶଙ୍କର ସାହୁ ଏବଂ ବାଇକ ଚାଳକ ଜଣକ ଝାରପୋଖରିଆ ଥାନା ପାଣିପୋଷି ଗ୍ରାମର ସମୀର ମୁଣ୍ଡା ବୋଲି ସୂଚନା ମିଳିଛି ।

ବାଙ୍ଗିରିପୋଷି(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ରାଜାଲୋକ ଛକ ନିକଟରେ ଟ୍ରକ ପଛରେ ବାଇକ ଓ ଟ୍ରଲର ପଛରେ କାର ଧକ୍କା ହେବାବାରୁ ଦୁଇ ମୃତ ଦୁଇ ଗୁରୁତର । ମୃତ କାର ଚାଳକ ଜଣକ ହେଉଛନ୍ତି ଝାଡ଼ଗ୍ରାମ ଜିଲ୍ଲା ଗୋପିବଲ୍ଲଭପୁର ଥାନା ଥାନା ଅଞ୍ଚଳର ମଣି ଶଙ୍କର ସାହୁ ଏବଂ ବାଇକ ଚାଳକ ଜଣକ ଝାରପୋଖରିଆ ଥାନା ପାଣିପୋଷି ଗ୍ରାମର ସମୀର ମୁଣ୍ଡା ବୋଲି ସୂଚନା ମିଳିଛି ।ସମୀର ମୁଣ୍ଡା ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ ପଛରେ ବାଡେଇ ହୋଇଥିଲେ ।

ଠିକ ସେହିପରି ମଣି ଶଙ୍କର ନିଜ ପତ୍ନୀ ଅରିଜିତା ଓ ପୁଅ ଶୁଭମ ସହିତ ବାରିପଦାରୁ ଘରକୁ ଫେରୁଥିବା ସମୟରେ ନିୟନ୍ତ୍ରଣ ହରାଇ ଏକ ଟ୍ରଲର ପଛରେ ବାଡେଇ ହୋଇଥିବା ବେଳେ ଟ୍ରଲର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ଝାରପୋଖରିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମଣିଶଙ୍କରଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ସମୀର ମୁଣ୍ଡାଙ୍କୁ କଟକ ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି ।

ଗୁରୁତର ପତ୍ନୀ ଓ ପୁଅକୁ ଉଭୟଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ନେଇଥିବା ବେଳେ ସେଠାରେ ଚିକିତ୍ସା ପରେ କଟକ ପଠାଇ ଦିଆଯାଇଥିବା ପରିବାର ପକ୍ଷରୁ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.