ହୃଦୟ ବିଦାରକ: ୩ ନିରୀହ ଛୁଆଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କଲା ମା’, ପୋଲିସ ଜବତ କଲା ୪ ମୃତଦେହ

ମଧ୍ୟ ପ୍ରଦେଶର ଟିକାମଗଡ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୁହାରା ଗାଁର ଜଣେ ମହିଳା ନିଜର ୩ ନିରୀହ ପିଲାଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ପାରିବାରିକ ବିବାଦ କାରଣରୁ ଏହି ଘଟଣା ଘଟିଛି। ପୋଲିସ କୂଅ ଭିତରୁ ୪ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଗାଁର ରାମଦେବୀ (୨୬) ନାମ୍ନୀ ମହିଳା ଗତ ମଙ୍ଗଳବାର ରାତିରୁ ୩ ଝିଅଙ୍କ ସହ ନିଖୋଜ ହୋଇ ଯାଇଥିଲେ। ଯେତେବେଳେ ସ୍ୱାମୀ ଓ ଶ୍ୱଶୁର ରାତି ପ୍ରାୟ ୧୨ଟାରେ ଘରକୁ ଫେରିଥିଲେ, ସେତେବେଳେ ରାମଦେବୀ ଓ ତାଙ୍କର ୩ ଝିଅ ଘରେ ନ ଥିଲେ। ସେହି ସମୟରେ ସେମାନଙ୍କୁ ଖୋଜାଖୋଜି କରାଯାଇଥିଲା। ପରିବାର ଲୋକେ ରାତିସାରା ସେମାନଙ୍କୁ ଖୋଜିଥିଲେ।

ବୁଧବାର ଭୋର୍‌ ୪ଟା ବେଳେ ୯ ମାସର କୁନି ଝିଅର ମୃତଦେହ ପ୍ରଥମେ କୂଅରେ ଭାସୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ଆଉ ୩ ମୃତଦେହ ପାଣିରେ ଭାସିଥିଲା। ପରିବାର ସଦସ୍ୟ ଏ ନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.