ବାସୁଦେବପୁର: ଡାକ୍ତରଖାନା ଭିତରେ ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ ଯୁବକ ଅଟକ

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ୍ତରଖାନାର ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ ଯୁବକ ଥାନାରେ ଅଟକ । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଘଟିକା ସମୟରେ ବ୍ରାହ୍ମଣି ଗାଁ ଅଞ୍ଚଳର ଅଶୋକ ପାଣିଗ୍ରାହୀଙ୍କ ପୁଅ ଧୃବ ନିଜ ଭଉଣୀର ରକ୍ତଚାପ ବଢିଯିବାରୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ । ହେଲେ ସେତେବେଳେ ଡ୍ୟୁଟିରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଅମରେନ୍ଦ୍ର ଜେନା ତାଙ୍କୁ ଚିକିତ୍ସା କରିଥିଲେ ।

ତାଙ୍କର କିଛି ହୋଇ ନାହିଁ କେବଳ ପ୍ରେସର ମାପିବା ପାଇଁ ରାତିରେ ଡାକ୍ତର ଦେଖାଇବାକୁ ଆଣିଛ ବୋଲି ଡାକ୍ତର ଶ୍ରି ଜେନା କହିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ରୋଗୀର ଭାଇ ତାଙ୍କୁ ମାଡ ମାରିଥିଲେ । ମାଡ ମାରିବା କାରଣରୁ ଡାକ୍ତରଙ୍କ କାନରୁ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ପାଖରେ ଥିବା ଅନ୍ୟ ରୋଗୀ ମାନେ ଉତ୍ତ୍ୟକ୍ତ ଯୁବକଙ୍କୁ ଅଟକାଇବା ସହିତ ନିକଟସ୍ଥ ଥାନାକୁ ଖବର ଦେଇଥିଲେ । ଖବର ପାଇ ଡାକ୍ତରଖାନାର ଅନ୍ୟ କର୍ମଚାରୀ ସମେତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଥାନାରେ ଅଟକ ରଖିବା ସହିତ ଗୁରୁତର ହୋଇଥିବା ଡାକ୍ତର ଶ୍ରୀ ଜେନାକୁ ଚିକିତ୍ସା କରାଇଥିଲେ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.