ରାସ୍ତାରୁ ହଟାଇବା ପାଇଁ ନିଜର ୩ ସନ୍ତାନଙ୍କ ସମେତ ପୂରା ପରିବାରକୁ ବିଷ ମିଶା ଚା’ ପିଆଇଦେଲେ ମହିଳା, ଦିଅରର ମୃତ୍ୟୁ

ବିହାରର ମଧୁବନି ଜିଲ୍ଲାରେ ଜଣେ ମହିଳା ନିଜର ୩ ସନ୍ତାନଙ୍କ ସମେତ ପୂରା ପରିବାରକୁ ଚା’ରେ ବିଷ ମିଶାଇ ପିଆଇ ଦେଇଛନ୍ତି। ବିଷ ମିଶା ଚା’ ପିଇ ପରିବାରର ସମସ୍ତ ୫ଜଣ ସଦସ୍ୟ ବେହୋସ ହୋଇଯାଇଥିଲେ। ବେହୋସ ଅବସ୍ଥାରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ମହିଳାଙ୍କ ଦିଅରଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଜିଲ୍ଲାର ବିସ୍ଫି ଥାନା ଅନ୍ତର୍ଗତ ସାଦୁଲହପୁର ଅଞ୍ଚଳରେ।

hb

ଖବରରୁ ଜଣାପଡିଛି, ଏଠାରେ ରହୁଥିବା ଚନ୍ଦା ନାମ୍ନୀ ମହିଳା ନିଜ ଦିଅର ସନ୍ତୋଷଙ୍କ ସହ ଶାଶୁ ଏବଂ ୩ ପୁଅଙ୍କୁ ବିଷ ମିଶା ଚା’ ପିଆଇ ଦେଇଥିଲେ। ତେବେ ବର୍ତ୍ତମାନ ମହିଳାଙ୍କ ୧୦ ବର୍ଷର ପୁଅ ଅଭିଷେକ ଓ ୬ ବର୍ଷର ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା ବେଳେ ପରିବାରର ବାକି ସଦସ୍ୟ ବିପଦ ବାହାରେ ବୋଲି କୁହାଯାଉଛି।

tre4

ଅଭିଯୋଗ ଅନୁସାରେ, ମହିଳାଙ୍କର ଅନ୍ୟ କାହା ସହିତ ଅବୈଧ ସମ୍ପର୍କ ରହିଛି। ପ୍ରେମରେ କଣ୍ଟା ସାଜିଥିବା ପରିବାରକୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ଏମିତି କାମ କରିଛନ୍ତି। ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ମହିଳାଙ୍କ ବାପଘର ଥଲବାର ଗାଁରେ। ଅଭିଯୋଗ ପରେ ମାମଲାର ତଦନ୍ତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.