ଅଲୌକିକ ଘଟଣା ! ଆତ୍ମହତ୍ୟା ପରେ ପିଲା ଜନ୍ମ ଦେଲେ ମହିଳା, ଜୀବିତ ଏବଂ ସୁରକ୍ଷିତ ଅଛି ଶିଶୁ

ଅନେକ ସମୟରେ ଆପଣମାନେ ଶୁଣିଥିବେ ପିଲା ଜନ୍ମ ପରେ ମା’ର ମୃତ୍ୟୁ ହୋଇଛି । କିନ୍ତୁ କେବେ ଶୁଣିଛନ୍ତି ମୃତ୍ୟୁ ପରେ ପିଲା ଜନ୍ମ କରିବା ? ନିଶ୍ଚୟ ଭାବରେ କହିବେ ଏହା ସମ୍ଭବ ନୁହେଁ । କିନ୍ତୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମଧ୍ୟପ୍ରଦେଶର କଟନୀ ଅଂଚଳରେ । ଜଣେ ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିବା ପରେ ପିଲା ଜନ୍ମ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପିଲାଟି ଜୀବିତ ଏବଂ ସୁରକ୍ଷିତ ଅଛି ।

ସୂଚନା ଅନୁସାରେ , କଟନୀର ସନ୍ତୋଷ ସିଂହ ନାମକ ଜଣେ ବ୍ୟକ୍ତି ସକାଳୁ ଉଠି ପତ୍ନୀଙ୍କୁ ଖୋଜିଥିଲେ । ହେଲେ କେଉଁଠି ପତ୍ନୀ ଲକ୍ଷ୍ମୀଙ୍କୁ ନପାଇବାରୁ ଖୋଜି ଖୋଜି ଗୁହାଳରେ ପହଂଚିଥିଲେ । ଯେଉଁଠି ପତ୍ନୀଙ୍କ ଶବ ଝୁଲୁଥିବାର ଦେଖିଥିଲେ । ହେଲେ ଗର୍ଭରେ ଥିବା ନବଜାତ ଶିଶୁଟି ପେଟରୁ ବାହାରି ତଳେ ଝୁଲି ରହିଥିବା ଦୃଶ୍ୟ ସନ୍ତୋଷଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା ଶିଶୁଟି ଜୀବତି ଥିଲା ।

ଏପରି ଦୃଶ୍ୟ ଦେଖି ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଆମ୍ବୁଲାନ୍ସରେ ଥିବା ଡ଼ାକ୍ତର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନବଜାତକୁ ମା’ଠାରୁ ଅଲଗା କରିଥିଲେ । ପରେ ନବଜାତକୁ ଡ଼ାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ଶିଶୁଟିର ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି । ହେଲେ ମହିଳାଙ୍କ ଆତ୍ମହତ୍ୟା କରିବା ପଛର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଏବେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.