ଅଲୋଡ଼ା ହେଲା ନବଜାତ ଶିଶୁ; ଜନ୍ମ କଲା ସନ୍ତାନକୁ ହସ୍ପିଟାଲରେ ଫୋପାଡ଼ି ଦେଇ ଗଲା ନିର୍ଦ୍ଦୟୀ ମା’

ନୂଆଦିଲ୍ଲୀ : ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ । ଜନ୍ମ କଲା ଶିଶୁକୁ ହସ୍ପିଟାଲରେ ଫୋପାଡ଼ି ଦେଇ ଚାଲିଗଲା ମା’। ଆଜିବି ଅନେକ ସ୍ଥାନରେ ଶିଶୁ ମାନଙ୍କୁ ରାସ୍ତାକଡ଼ରେ ଫୋପାଡ଼ି ଦେଇ ଚାଲିଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ଝାଡ଼ଖଣ୍ଡ RIMS ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା ନବଜାତ ଶିଶୁକୁ ଡାକ୍ତରଖାନାରେ ଛାଡି ପଳାଇ ଯାଇଛି। ଖବର ଅନୁଯାୟୀ, ଶିଶୁଟି ଜନ୍ମରୁ ଅସିପିଟାଲ୍ ମେନିନୋଜୀ ଏନସେଫାଲୋସେଲ ନାମକ ଏକ ରୋଗରେ ପୀଡିତ ଥିଲା। ଏହି ରୋଗରେ, ଶିଶୁଟିର ମୁଣ୍ଡର ପଛ ଭାଗ ଏକ ଥଳି ପରି ରହିଥିଲା ଯାହା ଦୁଇଟି ମୁଣ୍ଡ ସଦୃଶ ଦେଖା ଯାଉଥିଲା। ଏହି ଅଂଶ ମସ୍ତିଷ୍କ ଏବଂ ଚର୍ମ ସହିତ ମଧ୍ୟ ସଂଯୁକ୍ତ ହୋଇ ରହିଥିଲା।

ଶିଶୁର ଏପରି ଅବସ୍ଥା ଦେଖି ପରିବାର ସଦସ୍ୟ ତାକୁ RIMS ରେ ଛାଡି କେଉଁ ଆଡେ ପଳାଇ ଯାଇଥିଲେ। ଏହି ପ୍ରସଙ୍ଗକୁ ନେଇ ଡାକ୍ତରଖାନାର ପରିଚାଳନା କମିଟି ପୋଲିସ ସହ ଯୋଗାଯୋଗ କରିଥିଲା। ପରେ ପୋଲିସର ବହୁ ଅନୁସନ୍ଧାନ ପରେ ପରିବାର ସଦସ୍ୟ ଦେଇଥିବା ଠିକଣାଟି ନକଲି ବୋଲି ଜଣାପଡିଥିଲା। ଏହା ପରେ ଡାକ୍ତରଙ୍କ ଏକ ଟିମ୍ ଏହି ନବଜାତ ଶିଶୁଟିକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ଏକ ଏନଜିଓ ସଂସ୍ଥା ଶିଶୁର ଯତ୍ନ ନେଉଛନ୍ତି ବୋଲି ଜଣାପଡିଛି ।

ତେବେ ସୂଚନା ଅନୁଯାୟୀ RIMS ର ନ୍ୟୁରୋ ସର୍ଜରୀ ବିଭାଗ ଡାକ୍ତର ସାହାଇ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରାୟ ଦୁଇ ଘଣ୍ଟା ଧରି ଅପରେସନ୍ କରିବା ପରେ ଡାକ୍ତର ଟିମ୍ ଶିଶୁର ମୁଣ୍ଡରୁ ଗଣ୍ଠି ହୋଇ ରହିଥିବା ଥଳିକୁ ବାହାରକରି ଦେଇଥିଲେ । ଆଗାମୀ ଦିନରେ ନବଜାତ ଶିଶୁକୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯିବ। ପ୍ରମୁଖ ଅସ୍ତ୍ରୋପଚାର ପରେ ନବଜାତ ଶିଶୁର ଦାୟିତ୍ୱ ଠିକ ଭାବରେ ନିଆଯାଉଛି ବୋଲି ଏନଜିଓ ପକ୍ଷରୁ କୁହାଯାଇଛି । ଏଥିସହିତ ପିଲାଟିକୁ ୧୦ ଦିନ ପରେ ଡିସଚାର୍ଜ କରାଯିବ।

ମେନିନୋଜୀ ଏନସେଫାଲୋସେଲ ହେଉଛି ଏକ ଜନ୍ମଗତ ରୋଗ ଯେଉଁଥିରେ ଖପୁରୀର କିଛି ଅଂଶ ହାଡରୁ ବାହାର କରାଯାଇଥାଏ। ସେଗୁଡିକ ମୁଣ୍ଡର ବାହାରେ ଏକ ଥଳି ଭାବରେ ଗଚ୍ଛିତ ହୋଇ ରହିଥଏ। ଯେଉଁ ଶିଶୁ ମାନଙ୍କୁ ଏହି ରୋଗ ହୋଇଥାଏ ସେମାନଙ୍କୁ ଜୀବନ ସାରା ଏହାର ସାମ୍ନା କରିବାକୁ ପଡ଼ି଼ଥାଏ।ଏହା ସହିତ ଅନ୍ୟାନ୍ୟ ରୋଗ ହେବାର ମଧ୍ୟ ସମ୍ଭାବନା ଅଛି। ଯେପରି ମେରୁଦଣ୍ଡର ବାହାରକୁ ବାହାରି ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.