Below header

ଲଗାତାର ୭ ବର୍ଷଧରି ଗର୍ଭବତୀ ହୋଇଆସୁଥିଲେ ମହିଳା କିନ୍ତୁ ପ୍ରକୃତ ସତ କରିଦେଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ

ନିକଟରେ ଏକ ସର୍ଭେରୁ ଜଣାପଡିଛି ଯେ ଅଫିସରୁ ଛୁଟି ନେବାପାଇଁ ଆଧିକାଂଶ ଲୋକ ମିଛ ବେମାରୀର ବାହାନା କରିଥାନ୍ତି।ବେଳେବେଳେ ତ ଲୋକମାନେ ସରକାରଙ୍କ ଦ୍ୱାରା କରାଯାଇଥିବା ସୁବିଧାର ଲାଭ ଉଠିବା ପାଇଁ ଏମିତି କଛି କରିବସନ୍ତି ଯାହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିଦେଇଥାଏ। ଠିକ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବିହାରରେ ଯେଉଁଠି ଜଣେ ଶିକ୍ଷୟିତ୍ରୀ ଛୁଟି ନେବା ପାଇଁ ଏମିତି କିଛି ଉପାୟ କରିଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସୂଚନା ଅନୁଯାୟୀ ବିହାରର ଏକ ସ୍କୁଲର ଜଣେ ଶିକ୍ଷୟିତ୍ରୀ ୭ ବର୍ଷ ମଧ୍ୟରେ ୭ ଥର ଗର୍ଭବତୀ ହୋଇଆସରିଛନ୍ତି। ଯଦିଓ ଏହା ଏକ ବାହାନା ଥିଲା। ମହିଳା ଜଣକ ଏଥିପାଇଁ ଗର୍ଭବତୀ ହେବାର ବାହାନା କରୁଥିଲେ ଯାହାଦ୍ୱାରା ସେ maternity paid leave(ଗର୍ଭାବସ୍ଥା ସମୟରେ ଛୁଟିର ପଇସା ମିଳିବା)ର ସମ୍ପୂର୍ଣ ଫାଇଦା ଉଠାଇ ପାରିବେ। ସେଥିପାଇଁ ମହିଳା ଜଣକ ଗର୍ଭବତୀ ହେବାର ବାହାନା କରି ୭ ବର୍ଷ ଧରି ଘରେ ରହି ଆସୁଥିଲେ।

ଏହାସହ ପଢନ୍ତୁ ୧୦୭ ବର୍ଷୀୟା ମା ନିଜର ୮୪ ବର୍ଷର ଝିଅକୁ ଦେଲେ ଚକୋଲେଟ, ଯାହାକୁ ଦେଖି ଭାବୁକ ହୋଇଗଲେ ଲୋକ, ଦେଖନ୍ତୁ ଭିଡିଓ

ଗର୍ଭବତୀର ବାହାନା କରି ଅନେକ ଦିନଧରି ଛୁଟିରେ ରହୁଥିବା ଏହି ମହିଳାଙ୍କ ଉପରେ ସ୍କୁଲ ଅଧ୍ୟକ୍ଷକଙ୍କର ସନ୍ଦେହ ହୋଇଥିଲା। ଏହି ମାମଲାରେ ଶେଷ ପର୍ଯ୍ୟନ୍ତ ଯିବାପାଇଁ ସ୍କୁଲ କର୍ତ୍ତୃପକ୍ଷ ଏହାର ଯାଞ୍ଚ କରାଇଥିଲେ ଯାହାଦ୍ୱାରା ସତ ସାମ୍ନାକୁ ଆସିଥିଲା। ଗର୍ଭବତୀର ଅଭିନୟ କରୁଥିବା ମହିଳା ଜଣକ ସରକାରଙ୍କ ଆଖିରେ ୭ ବର୍ଷ ଧରି ଧୂଳି ଦେଇଆସୁଥିଲେ। ତେବେ ପ୍ରଶାସନ ଏହି ମହିଳାଙ୍କ ଉପରେ କଠୋରରୁ କଠୋର ଦଣ୍ଡବିଧାନ ଲାଗୁକରିବା ପାଇଁ ଆଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.