କେବେ ବି ଭୋଜନ ଥାଳିରେ ଏକ ସାଥୀରେ ପରସନ୍ତୁ ନାହିଁ ୩ଟି ରୁଟି, ଜାଣନ୍ତୁ କାରଣ

ଆପଣ ଅନେକ ସମୟରେ ଦେଖିଥିବେ, ଭୋଜନ ଥାଳିରେ କେବେ ବି ଏକସାଥୀରେ ପରସା ଯାଇ ନ ଥାଏ ୩ଟି ରୁଟି। ଏହାର କାରଣ ଆପଣ ଜାଣିଛନ୍ତି କି? ଯଦି ନାହିଁ, ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବାକୁ ଯାଉଛୁ।

୩ ଅଙ୍କକୁ ଗଣାଯାଏ ଅଶୁଭ

ପ୍ରାଚୀନ ସମୟରୁ ଥାଳିରେ ୩ଟି ରୁଟି ପରସା ନ ଯିବାର ପରମ୍ପରା ଚାଲିଆସୁଛି। ହିନ୍ଦୁ ଧର୍ମରେ ୩ ଅଙ୍କକୁ ଅଶୁଭ ବୋଲି ଗଣାଯାଏ। ତେଣୁ କୌଣସି ଶୁଭ କାମରେ ଏହାକୁ ବ୍ୟବହାର କରାଯାଇ ନ ଥାଏ। ପୂଜା ଥାଳି ହେଉ କି କୌଣସି ଯଜ୍ଞ, ସେଥିରେ ଗୋଟିଏ ଜିନିଷକୁ ୩ ଥର ବ୍ୟବହାର କରାଯାଏନି। ୩ ଅଙ୍କ ଥିବା ତିଥିରେ ମଧ୍ୟ ଶୁଭ କାମ କରାଯାଏନାହିଁ। ସେହି କାରଣରୁ ଭୋଜନ ଥାଳିରେ ୩ଟି ରୁଟି ଦିଆଯିବା ଅଶୁଭ ହୋଇଥାଏ।

ruti1ଏହାସହ ପଢ଼ନ୍ତୁ: ହ୍ଵାଇଟ୍‌ ଡିସଚାର୍ଜ ବା ଧଳାସ୍ରାବ ସମସ୍ୟାରେ ଚିନ୍ତିତ କି? ତେବେ ଥରେ ମେଥିକୁ ଆପଣେଇ ଦେଖନ୍ତୁ

୩ଟି ରୁଟିର ସମ୍ବନ୍ଧ ରହିଛି ମୃତ ବ୍ୟକ୍ତିଙ୍କ ସହ

ଏହା ପଛରେ ଅନ୍ୟ ଏକ ସମ୍ବନ୍ଧ ରହିଛି। କୌଣସି ବ୍ୟକ୍ତିଙ୍କୁ ଏକସାଥୀରେ ୩ଟି ରୁଟି ଦେବା ମୃତ ବ୍ୟକ୍ତିଙ୍କୁ ଭୋଜନ ଦେବା ସହିତ ସମାନ। ଯେତେବେଳେ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ହୋଇଯାଏ, ଏହାର ତୃତୀୟ ଦିନ ମୃତକଙ୍କ ଭୋଜନ ରୂପରେ ୩ଟି ରୁଟି ଦିଆଯାଇଥାଏ। ଏହି ରୁଟିକୁ କେବଳ ତିଆରି କରିବା ଲୋକ ହିଁ ଦେଖିଥାଏ। ଦେଖିବାକୁ ଗଲେ, ଭାରତୀୟ ସଂସ୍କୃତିରେ ୩ଟି ରୁଟିକୁ ମୃତକଙ୍କ ଭୋଜନ ବୋଲି କୁହାଯାଏ।

ଯଦି କେବେ ଥାଳିରେ କୌଣସି କାରଣବଶତଃ ୩ଟି ରୁଟି ରଖିବାକୁ ପଡ଼େ, ତା’ହେଲେ ବ୍ୟକ୍ତିଙ୍କୁ ରୁଟି ଛିଣ୍ଡାଇ ଖାଇବାକୁ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.