Below header

ବୁଝିଲାନି ମା’ର ମନ, ଆହତ ବୁଲା କୁକୁରକୁ ବଞ୍ଚାଇବା ପାଇଁ ନିଜର ୭୩ ହଜାର ସଞ୍ଚିତ ଅର୍ଥକୁ ହରାଇଲେ ଗର୍ଭବତୀ ମହିଳା

କରୋନା ଭାଇରସ ଯୋଗୁଁ ସମଗ୍ର ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ଏପରି ସ୍ଥିତିରେ ଅନେକ ଲୋକ ଘରେ ରହୁଛନ୍ତି। ଫଳରେ ରାସ୍ତାରେ ବୁଲୁଥିବା କୁକୁର ଏବଂ ପଶୁପକ୍ଷୀ ଖାଦ୍ୟ ସନ୍ଧାନରେ ଏପଟସେପଟ ହେଉଛନ୍ତି। ଏପରି ରାସ୍ତାରେ ବୁଲୁଥିବା ଆହତ କୁକୁରଙ୍କୁ ହସପିଟାଲ ଭର୍ତ୍ତି କରିବାକୁ ଚେଷ୍ଟା କରୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ମହଙ୍ଗା ପଡିଛି। ଏଥିପାଇଁ ମହିଳାଙ୍କୁ ହରାଇବାକୁ ପଡିଛି ୭୩ ହଜାର ଟଙ୍କା।

ss

ସୂଚନାଯୋଗ୍ୟ, ମଡେଲ ଟାଉନ ଅଞ୍ଚଳରେ ଜଣେ ଗର୍ଭବତୀ ମହିଳା ଆହତ କୁକୁରକୁ ଡାକ୍ତରଖାନାକୁ ପଠାଇବାକୁ ଚେଷ୍ଟା କରୁଥିବା ସମୟରେ ଏପରି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। କୁକୁରକୁ ହସପିଟାଲକୁ ନେବା ପାଇଁ ମହିଳା ଜଣକ ଗୁଗଲ ଜରିଆରେ ଏକ ନିକଟରେ ଥିବା ପଶୁ ଚିକିତ୍ସାଳୟର ସନ୍ଧାନ କରିଥିଲେ। ସେଥିରେ ତାଙ୍କୁ ସଂଜୟ ଗାନ୍ଧୀ ଆନିମଲ କେୟାର ହସପିଟାଲର ନମ୍ବର ମିଳିଥିଲା। ସେଠାରେ ଦିଆଯାଇଥିବା ନମ୍ବରକୁ ମହିଳା ଜଣକ କଲ୍‌ କରିଥିଲେ। କଲ୍‌ ଆଟେଣ୍ଡ କରିଥିବା ନିତିନ ନାମକ ଜଣେ ଯୁବକ ତାଙ୍କୁ କହିଲେ, ଟୋକନ ପଇସା ହିସାବରେ ତାଙ୍କୁ ହସପିଟାଲକୁ ୧୦ ଟଙ୍କା ପେଟିଏମ୍‌ ମାଧ୍ୟମରେ ପଠାଇବାକୁ ହେବ। ଏଥିପାଇଁ ତାଙ୍କୁ ଏହି ଆପ୍‌ ଡାଉନଲୋଡ କରିବାକୁ ହେବ। ଏହି ଆପ୍‌ ଜରିଆରେ ମହିଳାଙ୍କ ଆକାଉଣ୍ଟରୁ ଆରୋପୀ ଜଣକ ୭୩ ହଜାର ଟଙ୍କା ଗାଏବ ହୋଇଯାଇଥିଲା।

ମହିଳା ଜଣକ ନିଜ ଡେଲିଭରୀ ପାଇଁ ସାଇତି ଥିବା ଧନକୁ ହରାଇ ବହୁତ ଚିନ୍ତିତ ରହିଛନ୍ତି। ପରେ ପୀଡିତା ମହିଳା ଜଣକ ଏହା ଜାଣିବା ପରେ ସାଇବର ସେଲ, ଆରବିଆଇ ସମେତ ଅନ୍ୟ ସ୍ଥାନରେ ଅନଲାଇନରେ ଅଭିଯୋଗ କରିଥିଲେ। ଏହାପରେ ମଡେଲ ଥାନାରେ ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.