କେରଳର ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅନୁମତି ପ୍ରସଙ୍ଗ, ରିଭ୍ୟୁ ପିଟିସନର ଆଜି ଶୁଣାଣି

କର୍ଣ୍ଣାଟକା : କେରଳର ସାବରିମାଲା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ ନେଇ ବିରୋଧ ଜାରି ରହିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରୁ ନାହାନ୍ତି ଆୟପ୍ପା ବିଶ୍ୱାସୀ ଓ ସମର୍ଥକ । ଏଭଳି ପରିସ୍ଥିତିରେ ପୂର୍ବ ଆଦେଶର ପୁନଃ ବିଚାର ପାଇଁ ହୋଇଥିବା ପିଟିସନ୍‌ର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଅପରାହ୍ନ ୩ଟାରେ ଶୁଣାଣି ହେବ । ପୂର୍ବରୁ କୋର୍ଟ ମାମଲାକୁ ଗ୍ରହଣ କରିଛନ୍ତି । ତେବେ କଣ ରହିବ ସର୍ବୋଚ୍ଚ ନ୍ୟାୟଳୟଙ୍କ ଆଭିମୁଖ୍ୟ ତା’ଉପରେ ସମସ୍ତଙ୍କ ନଜର ରହିଛି ।

sabarimala-temple (1)

ମହିଳାଙ୍କ ପ୍ରବେଶ ଅନୁମତିକୁ ବିରୋଧ କରି କୋର୍ଟରେ ଅନେକ ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ସାବରିମାଲାରେ ସବୁ ବୟସ ବର୍ଗର ମହିଳା ପ୍ରବେଶ କରି ପାରିବେ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା । କିନ୍ତୁ ଆୟପ୍ପା ବିଶ୍ୱାସୀ ଓ ସମର୍ଥକ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶକୁ ବିରୋଧ କରୁଛନ୍ତି । ଫଳରେ ଆସ୍ଥା-ବନାମ-ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.