Below header

ମହଙ୍ଗା ପଡ଼ିଲା ନକଲି କିନ୍ନର ହୋଇ ଚାନ୍ଦା ମାଗିବା, ନିର୍ଧୁମ୍ ଛେଚିଲେ ଅସଲି କିନ୍ନର  

ସୁନ୍ଦରଗଡ (କେନ୍ଯୁଜ୍) : ଅସଲି କିନ୍ନର-ନକଲି କିନ୍ନର ମୁହାଁମୁହିଁ । ଚାନ୍ଦା ମଗାକୁ କେନ୍ଦ୍ର କରି ମାଡ଼ପିଟ ହୋଇଛି । ଜଣେ ନକଲି କିନ୍ନରଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି କିନ୍ନର । ଘଟଣା ଘଟିଛି ସୁନ୍ଦରଗଡ଼ରେ । ଫୁଲବାଣୀ ଅଞ୍ଚଳର କିଛି କିନ୍ନର ସୁନ୍ଦରଗଡ ସହରରେ ବିଭିନ୍ନ ଦୋକାନ ବୁଲି  ଚାନ୍ଦା ମାଗୁଥିଲେ । ଝାରସୁଗୁଡା ଅଞ୍ଚଳରୁ ଆସିଥିବା କିଛି କିନ୍ନର ମଧ୍ୟ ଦୋକାନ ଦୋକାନ ବୁଲି ମାଗୁଥିଲେ ଚାନ୍ଦା।

trans

ତେବେ ଫୁଲବାଣୀରୁ ଆସିଥିବା କିନ୍ନରମାନେ ଅସଲି ନୁହଁନ୍ତି ବୋଲି ଜାଣିବାକୁ ପାଇଥିଲେ ଝାରସୁଗୁଡା କିନ୍ନର । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରୁ ୨ ଜଣ ନକଲି କିନ୍ନର ଫେରାର ହୋଇଯାଇଥିବା ବେଳେ ଧରା ପଡ଼ିଥିବା ଜଣେ କିନ୍ନରଙ୍କୁ ବିଚ୍‌ ରାସ୍ତାରେ ଗୋଡ଼େଇ ପିଟିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.