Below header

ବିପଦରେ ଦିଲ୍ଲୀ: ଉଛୁଳିଲା ଯମୁନା ନଦୀ ଜଳସ୍ତର, ତଳିଆ ଅଞ୍ଚଳରେ ପଶିଲା ପାଣି

ଉଛୁଳିଛି ଯମୁନା । ହତିନିକୁଣ୍ଡ ବ୍ୟାରେଜରୁ ପାଣି ଛାଡିବା ପରେ ଦିଲ୍ଲୀ ସ୍ଥିତି ସଙ୍ଗୀନ । ଦିଲ୍ଲୀ ବିଧାନସଭା ଓ ମୁଖ୍ୟମନ୍ତ୍ରୀ କେଜ୍ରଓ୍ଵାଲଙ୍କ ବାସଭବନ ନିକଟରେ ବନ୍ୟାପାଣି । ସକାଳ ୭ଟାରେ ଯମୁନାର ନଦୀର ଜଳସ୍ତର ଥିଲା ୨୦୮.୪୬ ମିଟର । ବିପଦ ସଙ୍କେତର ୩ ମିଟର ଉପରେ ବୋହୁଛି ଯମୁନା ଜଳସ୍ତର ।

ନୂଆଦିଲ୍ଲୀ : ଉଛୁଳିଛି ଯମୁନା । ହତିନିକୁଣ୍ଡ ବ୍ୟାରେଜରୁ ପାଣି ଛାଡିବା ପରେ ଦିଲ୍ଲୀ ସ୍ଥିତି ସଙ୍ଗୀନ । ଦିଲ୍ଲୀ ବିଧାନସଭା ଓ ମୁଖ୍ୟମନ୍ତ୍ରୀ କେଜ୍ରଓ୍ଵାଲଙ୍କ ବାସଭବନ ନିକଟରେ ବନ୍ୟାପାଣି । ସକାଳ ୭ଟାରେ ଯମୁନାର ନଦୀର ଜଳସ୍ତର ଥିଲା ୨୦୮.୪୬ ମିଟର । ବିପଦ ସଙ୍କେତର ୩ ମିଟର ଉପରେ ବୋହୁଛି ଯମୁନା ଜଳସ୍ତର । ଧୀରେ ଧୀରେ ବଢୁଛି ଜଳସ୍ତର । କାଶ୍ମୀର ଗେଟ ନିଟକରେ ରେସ୍କ୍ୟୁ ପାଇଁ ଉପସ୍ଥିତ ଅଛନ୍ତି NDRF ଟିମ୍‌ । କେନ୍ଦ୍ରକୁ ପଦକ୍ଷେପ ନେବା ସହ ହତିନିକୁଣ୍ଡ ବ୍ୟାରେଜରୁ ପାଣି ନଛାଡିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ । ମାତ୍ର ଅତ୍ୟଧିକ ପାଣି ଛଡାଯିବ ବୋଲି ସ୍ପଷ୍ଟ କରିଛି କେନ୍ଦ୍ର ।

ହିମାଚଳ ପ୍ରଦେଶରେ ଲଗାଣ ବର୍ଷା କାରଣରୁ ବ୍ୟାରେଜରେ ପାଣି ବଢିଛି । ସିଭିଲ ଲାଇନର ରିଙ୍ଗ ରୋଡ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ କାଶ୍ମୀର ଗେଟ ISBT ବନ୍ଦ କରିଦିଆଯାଇଛି । ଏହି ଅଞ୍ଚଳ କେଜ୍ରିଓ୍ଵାଲଙ୍କ ବାସଭବନ ଓ ବିଧାନସଭା ଠାରୁ ମାତ୍ର ୫୦୦ ମିଟର ଦୂର । ଓଲ୍ଡ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ଯମୁନା ବଜାର, ଗ୍ରାହୀ ମଣ୍ଡୁ, ଗୀତା ଘାଟ , ବିଶ୍ୱକର୍ମା କଲୋନୀ, ଖଡା କଲୋନି, ନେଲି ଛତ୍ରି ମନ୍ଦିର ଅଞ୍ଚଳରେ ବନ୍ୟା । ୧୨ଟି NDRF ଟିମ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି । ତଳିଆ ଅଞ୍ଚଳରେ ସ୍କୁଲ ବନ୍ଦ କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.