UAE ଉପରେ ଡ୍ରୋନ୍‌ ଆକ୍ରମଣ, ୩ଟି ତେଲ ଟ୍ୟାଙ୍କରରେ ବିସ୍ଫୋରଣ

ଆବୁଧାବି ବିମାନବନ୍ଦରରେ ବଡ଼ଧରଣର ଡ୍ରୋନ ଆକ୍ରମଣ। ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଟି ତେଲ ଟ୍ୟାଙ୍କର ଭସ୍ମୀଭୂତ ହୋଇଛି। ନିଆଁର ପ୍ରକୋପ ଏତେ ବ୍ୟାପକ ଥିଲା ଯେ ଆବୁଧାବି ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ନୂଆ ନିର୍ମାଣ ସ୍ଥଳ ପର୍ଯ୍ୟନ୍ତ ବ୍ୟାପୀଥିଲା। ତେବେ କାର୍ଯ୍ୟକ୍ଷମ ବିମାନବନ୍ଦରରେ କୌଣସି କ୍ଷତି ଘଟିନାହିଁ। ସଂଯୁକ୍ତ ଆରବ ଏମିରେଟର ରାଜଧାନୀ ଆବୁଧାବିରେ ଡ୍ରୋନ ଆକ୍ରମଣ ନେଇ ସ୍ଥାନୀୟ ପୋଲିସ ସ୍ପଷ୍ଟ କରିଛି ।

ରାଜ୍ୟ ନ୍ୟୁଜ୍ ଏଜେନ୍ସି WAMକୁ ପ୍ରତିକ୍ରିୟା ଦେଇ ଅବୁଧାବି ପୋଲିସ କହିଛି ଯେ ମୁସାଫ୍‌ହ ଅଞ୍ଚଳରେ ତିନୋଟି ଇନ୍ଧନ ଟ୍ୟାଙ୍କରେ ବିସ୍ଫୋରଣ ହୋଇଛି। ତା ସହିତ ଏଡିଏନ୍ଓସି ଅଏଲ୍ ଫାର୍ମ ପାଖରେ ଓ ଅବୁଧାବି ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ବି ଗୋଟେ ବିସ୍ଫୋରଣ ହୋଇଛି। ଡ୍ରୋନ ବ୍ୟବହାର କରି ଏହି ୪ଟି ଯାକ ଆକ୍ରମଣ କରାଯାଇଥିବା ପୋଲିସ କହିଛି।

ସ୍ଥାନୀୟ ମିଡିଆ େଓ୍ଵବସାଇଟ ରିପୋର୍ଟ ଅନୁଯାୟୀ, ଦୁଇଟି ସ୍ଥାନରେ ନିଆଁକୁ ନିୟନ୍ତ୍ରଣ କରିଦିଆଯାଇଛି। ଏଥିରେ କୌଣସି ବିମାନ ଯାତାୟତ ପ୍ରଭାବିତ ହୋଇନାହିଁ। ଏହାଛଡା କୌଣସି ପ୍ରକାର ବଡ କ୍ଷତି ଘଟିନାହିଁ। ନିଆଁ ଲାଗିବାର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ଯାଞ୍ଚ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.