Below header

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ, ଫେବ୍ରୁଆରୀ ୧୪ ପରିବର୍ତ୍ତେ ହେବ ୨୦ ରେ

ନୂଆଦିଲ୍ଲୀ : ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ । ଫେବ୍ରୁଆରୀ ୧୪ରେ ହେବାକୁ ଥିବା ନିର୍ବାଚନ ଏବେ ଆସନ୍ତା ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ନିର୍ବାଚନ ଘୁଞ୍ଚାଇବା ପାଇଁ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଅପିଲ କରିଥିଲେ । ସବୁ ଦଳର ଅପିଲ ପରେ ଆସନ୍ତା ଫେବ୍ରୁଆରୀ ୨୦ ତାରିଖରେ ଭୋଟ ପଡିବ । ଫେବ୍ରୁଆରୀ ୧୦ରୁ ସନ୍ଥ ରବିଦାସଙ୍କ ଜୟନ୍ତୀ । ଏଥିପାଇଁ ଲକ୍ଷ ଲକ୍ଷ ଭୋଟର ବନାରସ ଯିବେ । ସେଠାରେ ପ୍ରାୟ ୫ରୁ ୬ ଦିନ ରହିବେ । ଏଥିଯୋଗୁଁ ଅନେକ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବାରୁ ବଞ୍ଚିତ ରହିବେ ।

ତେଣୁ ସବୁ ରାଜନୈତିକ ଦଳ ଙ୍କ ସହ ସାମଜିକ ସଂଗଠନ ନିର୍ବାଚନ ଘୁଞ୍ଚାଇବା ପାଇଁ ନିର୍ବାଚନ କମିଶନରଙ୍କ ନିକଟରେ ଦାବି କରିଥିଲେ । ନିର୍ବାଚନ ତାରିଖ ପ୍ରାୟ ଏକ ସପ୍ତାହ ଘୁଞ୍ଚାଇବା ପାଇଁ ଅପିଲ କରିଥିଲେ । ଏହାକୁ ନେଇ ଆଜି ନିର୍ବାଚନ କମିଶନର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଏଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ବିଜେପି ଏବଂ ପଞ୍ଜାବ ଲୋକ କଂଗ୍ରେସ ଦେଇଥିବା ଚିଠିକୁ ନେଇ ଆଲୋଚନା ହୋଇଥିଲା ।

ସମସ୍ତେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଫେବ୍ରୁଆରୀ ୧୬ରେ ଗୁରୁ ରବିଦାସଙ୍କ ଜୟନ୍ତୀକୁ ଦୃଷ୍ଟିରେ ରଖି ମତଦାନ ତାରିଖ ଆଗକୁ ବଢାଇବା ପାଇଁ ଦାବି କରିଥିଲେ । ବହୁଜନ ସମାଜବାଦୀ ପାର୍ଟି ମଧ୍ୟ ସମାନ ଅପିଲ କରିଥିଲା । ସବୁ କଥାକୁ ବିଚାରକୁ ନେଇ ନିର୍ବାଚନ କମିଶନର ଫେବ୍ରୁଆରୀ ୧୪ ପରିବର୍ତ୍ତେ ପଞ୍ଜାବରେ ବିଧାନସଭା ନିର୍ବାଚନକୁ ଫେବ୍ରୁଆରୀ ୨୦ ଯାଏ ଘୁଞ୍ଚାଇ ଦେଇଥିବା ନେଇ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.