ଚାର୍ଜିଙ୍ଗ୍‌ ପଏଣ୍ଟରେ ଫୋନ୍‌ ଲଗାଇ ଶୋଇଥିବା ଯୁବକର ଏମିତି ହେଲା ମୃତ୍ୟୁ, ଆପଣ କେବେ ବି କରନ୍ତୁନି ଏଭଳି ଭୁଲ୍‌

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଥାଇଲ୍ୟାଣ୍ଡର ଜଣେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ଚେୟାଫୁମ୍‌ର ନୋଙ୍ଗ୍‌ ବୁଆ ଡେଙ୍ଗ୍‌ ଜିଲାରେ ରହୁଥିଲେ। ତାଙ୍କ ନାଁ ସୁଠି ବୋଲି କୁହାଯାଉଛି। ଏକ ଗଣମାଧ୍ୟମର ଖବର ମୁତାବକ, ସୁଠିଙ୍କ ମୋବାଇଲ୍‌ ତାଙ୍କ ଶରୀର ଉପରେ ଥିଲା ଏବଂ ଫୋନ୍‌ ଚାର୍ଜିଙ୍ଗ୍‌ ପଏଣ୍ଟ୍‌ରେ ଲଗାହୋଇଥିଲା। ଯେଉଁ କାରଣରୁ ନିଦରେ ଶୋଇଥିବା ଅବସ୍ଥାରେ ହିଁ ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଆଉ ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା।

charge1

ସକାଳୁ ଯେତେବେଳେ ତାଙ୍କ ଅଙ୍କଲ୍‌ ତାଙ୍କୁ ଉଠାଇବାକୁ ଯାଇଥିଲେ, ସେତେବେଳେ ସେ ଜୋର୍‌ରେ ପାଟି କରି ବାହାରକୁ ବାହାରି ଆସିଥିଲେ। ଏହାପରେ ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା। ମୃତ ଯୁବକଙ୍କ ମୁହଁ ହଳଦିଆ ପଡ଼ିଯାଇଥିଲା ଏବଂ ତାଙ୍କ ହାତ ଚାର୍ଜିଙ୍ଗ୍‌ ପଏଣ୍ଟ ଉପରେ ଥିଲା। ମୃତ ଯୁବକଙ୍କ ଅଙ୍କଲ୍‌ କହିଥିଲେ ଯେ ରାତିରେ ସୁଠି ରଡି ଛାଡ଼ିବାର ଆଓ୍ଵାଜ୍‌ ଶୁଣିବାକୁ ମିଳିଥିଲା। କିନ୍ତୁ ତାଙ୍କୁ ଲାଗିଥିଲା କି ସବୁଦିନ ଭଳି ସେ କୌଣସି ଗେମ୍‌ ଖେଳୁଥିବେ। ହେଲେ ସକାଳୁ ତାଙ୍କ ମୃତଦେହ ମିଳିଥିଲା।

ଏହାସହ ପଢ଼ନ୍ତୁ: ଦୁଇ ଭଉଣୀ ଏକ ସାଥୀରେ କଲେ ଏମିତି କାମ, ହୋଇଗଲେ ଗର୍ଭବତୀ, ପୁଣି ହେଲା ଏପରି କିଛି

charge2

ଥାଇଲ୍ୟାଣ୍ଡ ପୋଲିସ ଏହି ଘଟଣାର ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଅନ୍ୟ ଲୋକମାନଙ୍କୁ ଏଥିରୁ ସଚେତନ ହେବାକୁ ପରାମର୍ଶ ଦେଇଛି। ଏହାସହ ପୋଲିସ ବାପା, ମା’ମାନଙ୍କୁ ମୋବାଇଲ୍‌ର ଖରାପ ପ୍ରଭାବ ବିଷୟରେ ପିଲାମାନଙ୍କ ସହିତ ଆଲୋଚନା କରିବାକୁ ନିବେଦନ କରିଛି। ଏହି ପୋଷ୍ଟକୁ ଏ ପଯ୍ୟର୍ନ୍ତ ହଜାରରୁ ଅଧିକ ଲୋକ ସେୟାର କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.