ଇଏ କି ପ୍ରକାର ପାଗଳାମୀ, ମୋବାଇଲ ଡାଟା ଶେଷ କରିଦେବାରୁ ସାନ ଭାଇକୁ ଛୁରୀ ଭୁସି ହତ୍ୟା କଲା ବଡ ଭାଇ

ମୋବାଇଲ ଓ ଇଣ୍ଟରନେଟ ନିଶା ଆଜି କାଲିର ଯୁବପିଢ଼ିଙ୍କୁ ଏମିତି ଘାରିଛିଯେ, ଯେଉଁଥିରେ ଟିକେ ବି ଉଣା ହେଲେ ସେମାନେ ନିଜ ଲୋକଙ୍କ ଜୀବନ ନେବାକୁ ବି ପଛାଉ ନାହାନ୍ତି । ଏମିତିକି ସାମାନ୍ୟ ମୋବାଇଲ ଡାଟା ସାରି ଦେବାରୁ ଭାଇ ଭାଇର ହତ୍ୟା କରିବାକୁ ବି ପଛ ଘୁଞ୍ଚା ଦେଉନାହିଁ । ନିକଟରେ ଏମିତି ଏକ ସଂଘାତିକ ଘଟଣା ସାମ୍ନାକୁ ଆସିଛି । ରାଜସ୍ଥାନର ଯୋଧପୁର ସହରରେ ଘଟିଛି ଏହି ଘଟଣା । ଏଠାରେ ବାସ କରୁଥିବା ଏକ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ବୁଧବାର ରାତିରେ ମୋବାଇଲ ଡାଟାକୁ ନେଇ ଝଗଡ଼ା ହୋଇଥିଲା । କିନ୍ତୁ ଧୀରେ ଧୀରେ ଏହି ବାକ ବିତଣ୍ଡା ଏତେ ତୀବ୍ର ରୂପ ନେଇଥିଲା ଯେ ବଡ଼ଭାଇ ଛାତ ଉପରକୁ ସାନ ଭାଇକୁ ଡାକି ନେଇ ଛୁରୀ ଭୁସି ମାରି ଦେଲା ।

ଘଟଣାର କିଛି ସମୟ ଭିତରେ ପରିବାର ଲୋକେ କ୍ଷତାକ୍ତ ବାଳକକୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ପୋଲିସ ମୁତାବକ, ଯୋଧପୁରର ରାୟ ଓ ରମଣ ନାମକ ଦୁଇ ଭାଇଙ୍କ ଭିତରେ ମୋବାଇଲ ଡାଟାକୁ ନେଇ ବିବାଦ ହୋଇଥିଲା । ଛୋଟ ଭାଇ ରାୟ ବଡ଼ ଭାଇ ଫୋନରେ ପ୍ରତିଦିନ ମିଳୁଥିବା ମୋବାଇଲ ଡାଟା ଗେମ ଖେଳି ଶେଷ କରିଦିଏ । ଏହାକୁ ନେଇ ବଡ଼ ଭାଇର ରାଗ ଚରମ ସୀମାରେ ପହଞ୍ଚିଥିଲା । କିନ୍ତୁ ବୁଧବାର ନିଜ ରାଗ ସମ୍ଭାଳି ନପାରି ଶେଷରେ ଏହି ଘଟଣାକୁ ନେଇ ସାନ ଭାଇକୁ ହତ୍ୟା କରିଥିଲା ବଡ଼ ଭାଇ । ବଡ଼ ଭାଇ ଘଟଣା ଘଟାଇ ଫେରାର ହୋଇଯାଉଥିବା ବେଳେ ପୋଲିସ ହାତରେ ଏକ ଷ୍ଟେସନ ନିକଟରେ ଗିରଫ ହୋଇଛି । ସୂଚନା ଅନୁଯାୟୀ, ଅଭିଯୁକ୍ତର ବୟସ 23 ବର୍ଷ ହୋଇଥିବା ବେଳେ ସେ ଏବେ ଟେନିସ ପାଇଁ କୋଚିଙ୍ଗ୍‌ ନେଉଛି ।

କିନ୍ତୁ ଏ ଧରଣର ଘଟଣା ପ୍ରଥମ ନୁହେଁ । ଗତ ବର୍ଷ ଟୀକଟକ ଖେଳିବାକୁ ନେଇ ଜଣେ ଛୋଟ ଭାଇ, ବଡ଼ ଭାଇକୁ ହତ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଆଉ ଜଣେ ମହିଳା ମଧ୍ୟ ଏହି କାରଣ ପାଇଁ ଆତ୍ମହତ୍ୟା କରିବା ଘଟଣା ଜଣାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.