ପୁଣିଥରେ ଶେହନାଜ୍‌ ଗିଲ୍‌ଙ୍କ ସହ ଏକାଠି ନଜର ଆସିବେ ସିଦ୍ଧାର୍ଥ ଶୁକ୍ଳା, ନୂଆ ଫଟୋ ହେଲା ଭାଇରାଲ୍‌

ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ୧୩ର ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜ୍‌ ଗିଲ୍‌ ପୁଣିଥରେ ଏକାଠି ନଜର ଆସିବେ। ଆଉ ଏକ ନୂଆ ପ୍ରୋଜେକ୍ଟରେ ଏମାନେ ଏକାଠି କାମ କରିବେ। ସିଦ୍ଧାର୍ଥ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ସିଦ୍ଧାର୍ଥ ସେୟାର କରିଥିବା ଫଟୋରେ ଶେହନାଜ୍‌ଙ୍କ ସମେତ ଗାୟକ ଟୋନି କକ୍କର ବି ଅଛନ୍ତି। ଏହି ଫଟୋରେ ମଧ୍ୟ ସିଦ୍ଧାର୍ଥଙ୍କ ନଜର ଶେହନାଜଙ୍କ ଉପରେ ଥିବା ଦେଖିବାକୁ ମିଳିଛି।

 

View this post on Instagram

 

A post shared by Sidharth Shukla (@realsidharthshukla)

ଏହି ଫଟୋ ସେୟାର କରି ସିଦ୍ଧାର୍ଥ ଶୁକ୍ଳା କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘ଖୁବ୍‌ଶୀଘ୍ର ଆସିବାକୁ ଯାଉଛି’। ଏହା ସହ ସେ ଏକ ହାର୍ଟର ଇମୋଜି ମଧ୍ୟ ସେୟାର କରିଛନ୍ତି। କୁହାଯାଉଛି ଯେ ଶେହନାଜ୍‌, ସିଦ୍ଧାର୍ଥ ଓ ଟୋନି କକ୍କର ଆଲବମ୍‌ ପ୍ରଯୋଜକ ଅଂଶୁଲ ଗର୍ଗଙ୍କ ପ୍ରୋଜେକ୍ଟରେ ଏକାଠି କାମ କରିବେ।

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ସିଦ୍ଧାର୍ଥ ଓ ଶେହନାଜ୍‌ ମ୍ୟୁଜିକ୍‌ ଭିଡିଓ ସୁଟିଂ ପାଇଁ ଚଣ୍ଡୀଗଡ଼ ଯାଇଥିଲେ। ସେଠାରେ ସିଦ୍ଧାର୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥିଲେ। ସେଠାରେ କେତେବେଳେ ସେ ଶଗଡ଼ ଗାଡ଼ି ଚଳାଉଥିଲେ ତ ଆଉ କେତେବେଳେ ସୋରିଷ କ୍ଷେତରେ ଶାହାରୁଖଙ୍କ ଡିଡିଏଲ୍‌ଜେ ପୋଜ୍‌ ଦେଉଥିବା ନଜର ଆସିଥିଲେ।

 

View this post on Instagram

 

A post shared by Anshul Garg (@anshul300)

ପ୍ରକାଶ ଯେ ଏହା ପୂର୍ବରୁ ସିଦ୍ଧାର୍ଥ ଓ ଶେହନାଜ୍‌ ‘ଭୁଲା ଦୁଙ୍ଗା’ ମ୍ୟୁଜିକ ଭିଡିଓରେ ଏକାଠି ନଜର ଆସିଥିଲେ। ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.