ମଦ ପିଇବାକୁ ପଇସା ଦେବାକୁ ମନା କରିଦେଲା ମା’, ପେଚକସରେ ଭୁସି ମା’କୁ ମାରିଦେଲା ପୁଅ

ଦିଲ୍ଲୀରେ ଏକ ଆଶ୍ଚର୍ଯ୍ଯକର ଘଟଣା ଦେଖିବାକୁ ମିଳିଛି। ଯେଉଁଠି ମା-ପୁଅର ସମ୍ପର୍କ ଛାରଖାର ହୋଇଯାଇଛି। ତାହା ପୁଣି ମଦ ଯୋଗୁଁ। ଏଠାରେ ଜଣେ ଯୁବକ ନିଜ ମା’କୁ ପେଚକସରେ ମାରି ହତ୍ଯା କରିଛି। ଘଟଣା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ପୋଲିସ କହିବା ମୁତାବକ, ଦିଲ୍ଲୀର ଖଜୁରୀ ଖାସ ଅଞ୍ଚଳର ଜଣେ ଯୁବକ ଘରେ ମା’କୁ ମଦ ପିଇବା ପାଇଁ ପଇସା ମାଗିଥିଲା ଏବଂ ଝଗଡା କରିଥିଲା। ମା’ ପଇସା ଦେବାକୁ ମନା କରିବାରୁ ଯୁବକ ଜଣକ ରାଗିଯାଇ ପେଚକସରେ ଆକ୍ରମଣ କରିଥିଲା। ଯୁବକ ଜଣକ ପେଚକସରେ ମା’ର ପେଟରେ ପୂରାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ମହିଳାଙ୍କ ଜୀବନ ଚାଲିଯାଇଥିଲା। ମୃତ ମହିଳାଙ୍କ ବୟସ ୬୪ ବର୍ଷ ବୋଲି ଜଣାପଡିଛି।

ହତ୍ଯା କରିଥିବା ଯୁବକଙ୍କ ନାମ ସୁଶୀଲ ପାଣ୍ଡେ। ଘଟଣା ସ୍ଥଳରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.