ଆଉ ଭୋଟିଂ ବେଳେ କରିପାରିବେନି ହେରଫେର, ଓଡ଼ିଆ ଯୁବ ଇଞ୍ଜିନିଅର ତିଆରି କଲେ ଟାମ୍ପରିଂ ପ୍ରୁଫ୍‌ ଇଭିଏମ୍

ଏବେ ଇଭିଏମ୍‌ ମେସିନରେ ଚାଲିଥିବା ଭୋଟ୍‌ ବ୍ଯବସ୍ଥାକୁ ନେଇ ବ୍ଯାପକ ତର୍କବିତର୍କ ହେବା ସହିତ ଇଭିଏମ୍‌କୁ ଟାମ୍ପରିଂ କରାଯାଉଛି ବୋଲି ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ରେଙ୍ଗାଲି ରମ୍ପେଲାର ଆଶିଷ ମାହାନା ନାମକ ଜଣେ ଯୁବ ଇଞ୍ଜିନିୟର ଟାମ୍ପରିଂ ପ୍ରୁଫ୍‌ ଭୋଟିଂ ମେସିନ୍‌ ତିଆରି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଥିବା ଆଶିଷ ଏଥିପାଇଁ କେତେକ ସାଧାରଣ ଉପକରଣ ବ୍ୟବହାର କରିଛନ୍ତି। ସେ ଏକ ବ୍ଯାଟେରୀ ଅକାମୀ ହୋଇ ପଡିଥିବା ଫ୍ଯାନରେ ଲାଗିଥିବା ପୁସ ସୁଇଚ୍‌, ଅଚଳ ମୋଟର ସାଇକେଲର ସ୍ପିଡୋ ମିଟର, ଖେଳଣାରେ ଲାଗିଥିବା ମୋଟର, କାଉଣ୍ଟର ଏବଂ ସାଇକେଲ୍‌ ଘଣ୍ଟି ବ୍ଯବହାର କରି ଏହି ମେସିନ ତିଆରି କରିଛନ୍ତି। ଏହି ଭୋଟିଂ ମେସିନକୁ କେହି ଟାମ୍ପରିଂ କରିପାରିବେ ନାହିଁ ବୋଲି ଦାବି କରିଛନ୍ତି ଆଶିଷ। ଭୋଟିଂ ମେସିନ୍‌ ଲକ୍‌ ଏବଂ ଅନ ଲକ ସୁଇଚ୍‌ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ରହିବ। ଭୋଟର ଭୋଟ୍‌ ଦେବାକୁ ମେସିନ୍‌ ପାଖକୁ ଗଲେ ମେସିନ୍‌ ଅନଲକ ହେବ ଏବଂ ଭୋଟର ନିଜ ପସନ୍ଦ ଚିହ୍ନରେ ଭୋଟ ଦେଲା ପରେ ଏଲଇଡି ଲାଇଟ ଜଳିବା ସହିତ ବଜର ବାଜିବ ଏବଂ ଭୋଟିଂ ମେସିନରେ ଥିବା କାଉଣ୍ଟରରେ ଭୋଟ୍‌ ରେକର୍ଡ ହୋଇଯିବ।

evm2

ଏହି ମେସିନ କେତେ ସ୍ବଚ୍ଛ ତାହା ଜାଣିବାକୁ ଆମେ କିଛି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମତ ନେଇଥିଲୁ। ଏହି ମେସିନକୁ ସେମାନେ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ନିର୍ବାଚନ ସମୟରେ ଇଭିଏମ୍ ଟ୍ରେନିଂ କରିଥିବା ଶିକ୍ଷକ ମାନେ ମଧ୍ୟ ଏହାକୁ ଦେଖି ଖୁସି ହୋଇଥିଲେ। ଏହି ମେସିନ ନିର୍ବାଚନ ପରିଚାଳନାରେ ବେଶ ଲାଭଦାୟକ ହୋଇପାରିବ ବୋଲି ସେମାନେ କହିଛନ୍ତି। ଅନ୍ୟପଟେ ଖୁବ କମ ଖର୍ଚ୍ଚରେ ଟାମ୍ପରିଂ ପ୍ରୁଫ୍‌ ଇଭିଏମ୍ ତିଆରି କରିବାରେ ସକ୍ଷମ ହୋଇଥିବା ଆଶିଷଙ୍କୁ ଯଦି ଆଉ ଟିକେ ପ୍ରୋତ୍ସାହନ ମିଳିପାରନ୍ତା ତେବେ ସେ ଆଉ ଆଗକୁ ବଢି ନୂଆ ଉଦ୍ଭାବନ କରିପାରନ୍ତେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.