Below header

୧୯୯୯ ମସିହାର ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣା: ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ

ଭୁବନେଶ୍ବର: ୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ । ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ । ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ ପୋଲିସ । ୧୯୯୯ ଜାନୁଆରୀ ୯ରେ ଭୁବନେଶ୍ୱର ବାରଙ୍ଗ ରାସ୍ତାରେ ଘଟିଥିଲା ଏହି ଗଣଦୁଷ୍କର୍ମ । ମାମଲାରେ ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ପଦିଆ ଓ କୁନିଆ ଗିରଫ ହୋଇଥିଲେ । ହେଲେ ସେବେଠାରୁ ଲୁଚି ରହିଥିଲା ବିବନ ।

ତିନି ମାସ ପୂର୍ବରୁ ବିବନକୁ ଧରିବାକୁ ସ୍ୱତନ୍ତ୍ର ରଣନୀତି କରିଥିଲା କମିଶନରେଟ ପୋଲିସ । ନାଁ ରଖାଯାଇଥିଲା ଅପରେସନ ସାଇଲେଣ୍ଟ ଭାଇପର ବା ‘ଅପରେସନ ନୀରବ ବୋଡା ସାପ’ । ବିବନ ମୁମ୍ବାଇ-ପୁଣେ ରାସ୍ତା ଲୁନାଓ୍ଵାଲାରେ ଲୁଚି ରହିଥିଲା । ୨୦୦୭ରୁ ନଭି ମୁମ୍ବାଇର ଆମ୍ବିଭାଲିରେ ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲା । ୨୦୧୧ରେ ସ୍ଥାୟୀ କର୍ମଚାରୀ ଭାବେ ସେଠାରେ ନିଯୁକ୍ତି ପାଇଥିଲା । ସେ ଜଳନ୍ଧର ସ୍ୱାଇଁ ଭାବେ ପରିଚୟ ବଦଳାଇଥିଲା । ସେଠାରେ ଆଧାର କାର୍ଡ଼ ମଧ୍ୟ କରିଥିଲା । ପରିବାର ସହ ଲଗାତର ଯୋଗାଯୋଗରେ ଥିଲା ।

ଡେଥ୍‌ ସାର୍ଟିଫିକେଟ କରିବାକୁ ପରିବାରକୁ କହୁଥିଲା । ସାକ୍ଷୀମାନେ ବିବନକୁ ଚିହ୍ନଟ କରିଛନ୍ତି । ଯାହା ସିବିଆଇ କରିନଥିଲା, ଓଡ଼ିଶା ପୋଲିସ ତାହା କରି ଦେଖାଇଛି । କେନ୍ଦ୍ରୀୟ ସଂସ୍ଥାଠାରୁ ଓଡ଼ିଶା ପୋଲିସ କିଛି କମ ନୁହେଁ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ବିବନ ନାଁରେ ପୁରସ୍କାର ରାଶି ଘୋଷଣା କରିଥିଲା ସିବିଆଇ । ଜାନୁଆରୀ ୨୬ ତାରିଖରେ ପଦିଆ ଓ ପୁନିଆ ଗିରଫ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.