ମୋଟେରା ମଇଦାନରେ ସାର୍ଟଲେସ ହେଲେ ହାର୍ଦ୍ଦିକ ପାଣ୍ଡ୍ଯା ଏବଂ ଉମେଶ ଯାଦବ, ଫଟୋ ଦେଖି ଫ୍ଯାନ ଦେଲେ ଏମିତି ରିଆକ୍ସନ

ଭାରତ-ଇଂଲଣ୍ଡ ମଧ୍ୟରେ ଚାରି ମ୍ଯାଚ ବିଶିଷ୍ଟ ଟେଷ୍ଟ ମ୍ଯାଚରୁ ୩ୟ ମ୍ଯାଚ ୨୪ ଫେବ୍ରୁଆରୀରୁ ଅହମଦାବାଦ ମୋଟେରା ଷ୍ଟାଡିଅମରେ ଖେଳାଯିବ। ଦୁଇଟି ଯାକ ଟିମ୍ ୩ୟ ଟେଷ୍ଟ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି। ଖେଳାଳିମାନେ ମଇଦାନରେ ଜୋରଦାର ପରିଶ୍ରମ କରୁଛନ୍ତି। ଏହା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ଯାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ଯା ନିଜର ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହା ମଧ୍ୟରେ ହାର୍ଦ୍ଦିକ ଅହମଦାବାଦର ମୋଟରା ଷ୍ଟାଡିୟମର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ହାର୍ଦ୍ଦିକ ସିକ୍ସ ପ୍ଯାକ ଆବ୍ସ ଦେଖାଉଛନ୍ତି। କେବଳ ହାର୍ଦ୍ଦିକ ନୁହେଁ ଉମେଶ ଯାଦବ ମଧ୍ୟ ନିଜର ଫିଟନେସ ଦେଖାଉଛନ୍ତି।

ଦୁଇଜଣ ଖେଳାଳି ସାର୍ଟଲେସ ହୋଇ ନଜର ଆସିଛନ୍ତି। ଦୁହିଁଙ୍କ ଫିଟନେସ ଦେଖି ଫ୍ଯାନ ଜବରଦସ୍ତ ପ୍ରଶଂସା କରୁଛନ୍ତି। ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ସୂଚନାଯୋଗ୍ଯ, ଉମେଶ ଯାଦବ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଆହତ ହୋଇଥିଲେ ଏବଂ ତା’ ପରେ ଭାରତ ଫେରି ଆସିଥିଲେ। ଏବେ ଇଂଲଣ୍ଡ ବିରୋଧରେ ୩ୟ ଟେଷ୍ଟ ଖେଳିବାକୁ ଯାଉଛନ୍ତି। ୩ୟ ମ୍ଯାଚ ଆସନ୍ତା ୨୪ ଫେବ୍ରୁଆରୀରୁ ଆରମ୍ଭ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.