ୟୁପିରେ ଯୁବଗୋଷ୍ଠୀଙ୍କୁ ୧୦୦ ଦିନରେ ମିଳିବ ୧୦ ହଜାର ଚାକିରି, ସିଏମ୍‌ ଯୋଗୀ କଲେ ବଡ଼ ଘୋଷଣା

ୟୁପି ବିଧାନସଭା ନିର୍ବାଚନ ୨୦୨୨ରେ ସରକାରଙ୍କ ସମ୍ମୁଖରେ ବେରୋଜଗାରୀ ଏକ ବଡ଼ ପ୍ରସଙ୍ଗ ଥିଲା, ଯାହାକୁ ନେଇ ବିରୋଧୀ ଅନେକ ଥର ସରକାରଙ୍କୁ ଘେରିଥିଲେ। ଏବେ ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୁବଗୋଷ୍ଠୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଯୁବକମାନଙ୍କୁ ସରକାରୀ ଚାକିରି ଏବଂ ରୋଜଗାର ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ରାଜ୍ୟର ଯୁବଗୋଷ୍ଠୀଙ୍କୁ ୧୦୦ ଦିନରେ ୧୦ ହଜାର ଚାକିରି ଦିଆଯିବ।

ସରକାର ଗତ ୫ ବର୍ଷରେ ଯୁବକମାନଙ୍କୁ ସାଢ଼େ ୪ ଲକ୍ଷ ସରକାରୀ ଚାକିରି ସହିତ ଜଡ଼ିତ କରାଇଛନ୍ତି। ପୂର୍ବ ପରି, ରାଜ୍ୟ ସରକାର ନିଜ ଦ୍ୱିତୀୟ କାର୍ଯ୍ୟକାଳ ପ୍ରାରମ୍ଭରୁ ଯୁବକମାନଙ୍କୁ ସରକାରୀ ଚାକିରି ଦେବା ପାଇଁ ସମସ୍ତ ଚୟନ ଆୟୋଗ, ବୋର୍ଡଗୁଡ଼ିକୁ ୧୦୦ ଦିବସୀୟ, ଛଅ ମାସିକ ଏବଂ ବାର୍ଷିକ ଲକ୍ଷ୍ୟ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣ ନିୟମଗୁଡ଼ିକୁ ସମ୍ପୂର୍ଣ୍ଣ ପାଳନ କରାଯିବ। ନିଯୁକ୍ତି ବିଜ୍ଞପ୍ତିରେ ସଂରକ୍ଷଣ ନିୟମ ବିଷୟରେ ଉଲ୍ଲେଖ ହେବ।

ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନିର୍ଦ୍ଧାରିତ କରିବାରେ ସରକାରୀ ବିଦ୍ୟାଳୟଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ଜିଲ୍ଲା ପ୍ରଶାସନ ଏହା ସୁନିଶ୍ଚିତ କରିବ ଯେ କୌଣସି ବି କଳଙ୍କିତ ଛବି ଥିବା ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରିତ କରାଯାଉ ନାହିଁ। ନିଯୁକ୍ତି ପ୍ରକ୍ରିୟାକୁ ସରଳ ତଥା ସମୟସୀମା ମଧ୍ୟରେ ସାରିବା ଏବଂ ଟେକ୍ନୋଲୋଜିକୁ ଅଧିକରୁ ଅଧିକ ବ୍ୟବହାର କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.