ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ମିଳିଲା ଜାମିନ; ଜାତିଆଣ ମନ୍ତବ୍ୟ ଅଭିଯୋଗରେ ହୋଇଥିଲେ ଗିରଫ

ନୂଆଦିଲ୍ଲୀ : ଜାତିଆଣ ମନ୍ତବ୍ୟ ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ବେଲ୍‌ । ଗତକାଲି ଯୁବରାଜଙ୍କୁ ହରିୟାଣା ପୋଲିସ ଗିରଫ କରିଥିଲା । ୩ ଘଣ୍ଟା ଧରି ହାଂସୀ ପୋଲିସ ଷ୍ଟେସନରେ ତାଙ୍କୁ ପଚରାଉଚରା କରାଯାଇଥିଲା । ପରେ ଜାମିନ୍‌ରେ ମୁକୁଳିଛନ୍ତି ଯୁବରାଜ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଯୁବରାଜ ସିଂହଙ୍କୁ ଔପଚାରିକ ଜାମିନରେ ଛାଡ଼ି ଦିଆଯାଇଛି ।

ଗତ ବର୍ଷ ଲକ୍‌ଡାଉନ୍‌ ସମୟରେ ରୋହିତ ଶର୍ମାଙ୍କ ସହ ଲାଇଭ୍‌ ଚାଟ୍‌ ବେଳେ ୟୁଜବେନ୍ଦ୍ର ଚହଲଙ୍କୁ ଜାତିଆଣା ଆକ୍ଷେପ କରିଥିଲେ ଯୁବରାଜ । ଏହାପରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ଏହି ମାମଲାରେ କିଛି ଦିନ ତଳେ ହାଇକୋର୍ଟ ଯୁବରାଜ ସିଂହଙ୍କୁ ଆଗୁଆ ଜାମିନ୍‌ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ହାଂସୀ ପୋଲିସ ତାଙ୍କୁ ଔପଚାରିକ ଭାବେ ଗିରଫ କରିଥିଲା। କିଛି ପ୍ରଶ୍ନ ପଚାରିବା ପରେ ଆଗୁଆ ଜାମିନ ଡକ୍ୟୁମେଣ୍ଟ ଆଧାରରେ ତାଙ୍କୁ ଛାଡ଼ି ଦେଇଛି ।

ସୂଚନା ମୁତାବକ, ସାମାଜିକ କର୍ମୀ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ । ଏନେଇ ତାଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏବେ ଜାମିନ୍ ପାଇଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ଯୁବରାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.