ୟୁକ୍ରେନବାସୀ ନିର୍ବୋଧ ନୁହଁନ୍ତି, କିଭ ଓ ଚର୍ଣ୍ଣିହିବରେ ସାମରିକ କାର୍ଯ୍ୟକଳାପ ହ୍ରାସ କରିବ ବୋଲି ଋଷର ଘୋଷଣା ପରେ ଏଭଳି କହିଲେ ଜେଲେନସ୍କି

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ବୈଠକ ଭିତରେ ଜେଲେନସ୍କି କହିଛନ୍ତି, ୟୁକ୍ରେନବାସୀ ନିର୍ବୋଧ ନୁହଁନ୍ତି । ଋଷର କୌଣସି ପ୍ରତିଶ୍ରୁତିକୁ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି କହିଛନ୍ତି ଜେଲେନସ୍କି । ସେପଟେ ପେଣ୍ଟାଗନ କହିଛି, କିଭରେ କିଛି ମାତ୍ରା ସେନା ହଟିଥିଲେ ବି ଏବେବି ଏୟାରଷ୍ଟ୍ରାଇକ୍‌ କରୁଛି ଋଷ । ସେହିଭଳି ଆମେରିକା ରାଷ୍ଟ୍ରପତି ବାଇଡେନ କହିଛନ୍ତି, ଆମେ ଋଷ ସେନାର କାର୍ଯ୍ୟରେ ବିଶ୍ୱାସ କରୁ, ସେମାନଙ୍କ କଥାରେ ନୁହେଁ ।

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଖୁବଶୀଘ୍ର ଶେଷ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା । କିଭରେ କିଛି ଋଷ ସେନା ପଛକୁ ହଟିଥିବା କହିଛି ପେଣ୍ଟାଗନ । ଗତକାଲିର ବୈଠକ ପରେ ଋଷ ସେନା ୟୁକ୍ରେନର ରାଜଧାନୀ କିଭ ଓ ଚର୍ଣ୍ଣିହିବରେ ସାମରିକ କାର୍ଯ୍ୟକଳାପ ହ୍ରାସ କରିବ ବୋଲି ଘୋଷଣା କରିଥିଲା ।

ଅନ୍ଯପଟେ ଶୁଣିବାକୁ ମିଳିଛି ତୁର୍କୀରେ ହୋଇପାରେ ପୁଟିନ-ଜେଲେନସ୍କି ଭେଟ। ଶାନ୍ତି ପ୍ରତିଷ୍ଠା ପାଇଁ ୟୁକ୍ରେନ ସହ ଆଲୋଚନା କରିବାକୁ ମଧ୍ୟ ମସ୍କୋ ରାଜି ହୋଇଛି । ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ରୁଷ ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପରସ୍ପରକୁ ଭେଟିବେ । ମଙ୍ଗଳବାର ତୁର୍କୀରେ ହୋଇଥିବା ବୈଠକରେ ୟୁକ୍ରେନ କିଛି ସର୍ତ୍ତ ସହ ଶାନ୍ତି ପ୍ରସ୍ତାବ ଉପସ୍ଥାପନ କରିଥିଲା।

ବୈଠକରେ ୟୁକ୍ରେନ ନିରପେକ୍ଷ ହୋଇ ରହିବାକୁ ରାଜି ହୋଇଛି। ଏହି ଦେଶ ନାଟୋରେ ସାମିଲ ହେବ ନାହିଁ। ଆଣବିକ ଶକ୍ତି ମଧ୍ଯ ହାସଲ କରିବନାହିଁ। ସୁରକ୍ଷା ଗ୍ୟାରେଣ୍ଟି ପାଇଁ ଅର୍ନ୍ତଜାତୀୟ ଚୁକ୍ତି ଲାଗି ୟୁକ୍ରେନ ଦାବି କରିଛି। ସୁରକ୍ଷା ଗ୍ୟାରେଣ୍ଟର ଭାବେ ପୋଲାଣ୍ଡ, ଇସ୍ରାଏଲ, ତୁର୍କୀ ଓ କାନାଡା ରହିପାରନ୍ତି। କିନ୍ତୁ ଉୟ ପକ୍ଷ ମଧ୍ୟରେ ଅସ୍ତ୍ରବିରିରତି ନେଇ ସହମତି ହୋଇପାରିନାହିଁ। ତେବେ ଯୁଦ୍ଧ ରୋକିବାକୁ ଖୁବ ଶୀଘ୍ର ରାଷ୍ଟ୍ରପତି ପୁଟିନ ଓ ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇବାରେ। ଏହା ପୂର୍ବରୁ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଆଲୋଚନା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.