Android ୟୁଜରଙ୍କ ପାଇଁ ଖୁସି ଖବର, ଆସୁଛି Android 14

କେନ୍ୟୁଜ୍‌(ବ୍ୟୁରୋ): ଗୁଗୁଲ ମୋବାଇଲ ଅପରେଟିଙ୍ଗ ସିଷ୍ଟମ ଆଣୁଛି ଆଣ୍ଡ୍ରଏଡ 14 । ଅନେକ ନୂଆ ଫିଚରରେ ଏଣ୍ଡ୍ରଏଡ 14 ଆସିବ । ଏହାସହ ଏଥିରେ ଅନେକ ବିକାଶ କରାଯାଇଛି । ଏହା କେବେ ଲଞ୍ଚ କରିବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ଖୁବଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ । ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ଗୁଗୁଲର ବିଗେଷ୍ଟ ଇଭେଣ୍ଟରେ ଏହାର ପ୍ରଥମ ବେଟା ଭର୍ଜନକୁ ରିଲିଜ କରାଯିବ । ଏଥିପାଇଁ ଆମକୁ ମେ ୨୦୨୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କୁହାଯାଉଛି କି ଗ୍ରୀଷ୍ମର ଶେଷ ଆଡ଼କୁ ଆଣ୍ଡ୍ରଏଡ 14ର ପୁରା ଭର୍ଜନଟି ବଜାରରେ ଉପଲବ୍ଧ ହେବ । ଅର୍ଥାତ ଅଗଷ୍ଟରୁ ସେପ୍ଟେମ୍ବର ମାସରେ ଏହା ବଜାରରେ ଉପଲବ୍ଧ ହୋଇ ସାରିଥିବ ।

ଏବେ ଆସନ୍ତୁ ଜାଣିବା କେଉଁ କେଉଁ ଡିଭାଇସରେ ଆଣ୍ଡ୍ରଏଡ 14ର ଅପଡେଟ ପ୍ରଥମେ ଆସିବ । ଗୁଗୁଲ ପିକ୍ସେଲର କେତେକ ସ୍ମାଟଫୋନରେ ଏହାର ଅପଡେଟ ପ୍ରଥମେ ଆସିବ । ଏହାପରେ ଅନ୍ୟ ସ୍ମାର୍ଟଫୋନରେ ଏହାର ଅପଡେଟ ପାଇପାରିବେ ଆଣ୍ଡ୍ରଏଡ ୟୁଜର । ସ୍ମାର୍ଟଫୋନ ନିର୍ମାତା ମାନଙ୍କ ପକ୍ଷରୁ ଟାଇମଲାଇନ ଜାରି କରାଯିବ । ଏହି ସମୟରେ ନିଜର ଡିଭାଇସକୁ ଆଣ୍ଡ୍ରଏଡ 14କୁ ଅପଡେଟ କରିପାରିବେ । ବଜାରକୁ ଆଣ୍ଡ୍ରଏଡ 14 ଆସିଗଲା ପରେ ସିଷ୍ଟମ ସେଟିଙ୍ଗକୁ ଯାଇକି ମାନୁଆଲି ଅପଡେଟ କରାଯାଇ ପାରିବ । ଏହାସହ େଓ୍ଵବସାଇଟରେ ମଧ୍ୟ ଏହାର ଲିଙ୍କ ଉପସଲବ୍ଧ ରହିବ ।

ଆଣ୍ଡ୍ରଏଡ 14ର ଏକ ନୂଆ ଫିଚର ଆସିବାକୁ ଯାଉଛି ଯାହାର ନା “Material You” । ଏଫିଚର ବଳରେ ୟୁଜର ନିଜର ଡିଭାଇସକୁ କଷ୍ଟମାଇଜ କରିପାରିବେ । ଏଥିରେ ଡିଫରେଣ୍ଟ କଲର ଅପସନ ମିଳିବ । ଏହାଦ୍ୱାରା ନିଜର ଫୋନର ଲୁକକୁ ବଦଳାଇ ପାରିବେ ତଥା ୟୁନିକ କରିପାରିବେ ।

ଏଥିରେ ନେଟଓ୍ଵାର୍କର ବ୍ୟବହାର ଉପରେ ମଧ୍ୟ ବିକାଶ କରାଯାଇଛି । ଡାଟାର ବ୍ୟବହାରକୁ ମେନେଜ କରିବା ପାଇଁ ନୂଆ ଟୁଲସ ଅଣାଯାଇଛି । ଏହାସହ ଡାଟା ବଞ୍ଚାଇବା ପାଇଁ ନୂଆ ଫିଚର ଅଣାଯାଇଛି । ଆଣ୍ଡ୍ରଏଡ 14ର ଆଉ ଏକ ନୂଆ ଫିଚର ହେଲା ମିଡିଆ ଫାଇଲ ସବୁ ଆପେ ଆପେ ସେଭ୍‌ ହୋଇଯିବ । ଅର୍ଥାତ ଫଟୋ ଓ ଭିଡିଓ ସବୁ ଆପେ ଆପେ ସେଭ୍‌ ହୋଇଯିବ । ଆଉଏକ ନୂଆ ଫିଚର ଏଥିରେ ମିଳିବାକୁ ଯାଉଛି ଯାହା ପ୍ରାଇଭେସି ଓ ସିକ୍ୟୁରିଟି ପ୍ରତି ଅଧିକ ଧ୍ୟାନଦେବ । ଏହାସହ ନିଜର ସେନସିଟିଭ ସୂଚନା ସବୁ ସୁରକ୍ଷିତ ରହିବ । ଏହାକୁ ଗ୍ରାନୁଲାର ମିଡିଆ ପରମିସନ କୁହାଯାଉଛି ।

ଆଉଏକ ଭଲ ଓ ଗୁରୁତ୍ୱପୂର୍ଣ୍ଣ ଫିଚର ଏଥିରେ ଆପଣଙ୍କୁ ମିଳିବ । ତାହା ହେଲା ହେଲଥ କନେକ୍ଟ । ଏହି ଫିଚର ବଳରେ ବିଭିନ୍ନ ଡିଭାଇସରୁ ହେଲଥ ଓ ଫିଟନେସ ଡାଟାକୁ ଗୋଟିଏ ଜାଗାରେ ଦେଖିବାର ସୁଯୋଗ ମିଳିବ । ଆଉଏକ ବଡ଼ ଫିଚର ହେଲା ସାଟେଲାଇଟ କନେକସନ । ଯେତେବେଳେ ଅନ୍ୟ କୌଣସି ନେଟଓ୍ଵାର୍କ ନଧରିବ ସେତେବେଳେ ଫୋନଟି ସାଟେଲାଇଟ ସହ ଯୋଡ଼ିହୋଇ ରହିବ । ନେଟଓ୍ଵାର୍କ ନଥିବା ଅଞ୍ଚଳରେ ଏହି ଫିଚରର ଫାଇଦା ଉଠାଯାଇ ପାରିବ ।

ଆଶା କରୁଛୁ ଏଣ୍ଡ୍ରଏଡ 14 ସମ୍ପର୍କିତ ଅନେକ ତଥ୍ୟ ଆପଣ ପାଇ ପାରିଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.