ଭୁବନେଶ୍ୱର ଶ୍ରୀୟା ଛକସ୍ଥିତ ଫଳ ଭେଣ୍ଡିଂ ଜୋନ ଉଚ୍ଛେଦ କରିଛି ବିଏମ୍‌ସି ଓ ବିଏମସିର ଏନଫୋର୍ସମେଣ୍ଟ ଟିମ୍

ଭୁବନେଶ୍ୱର ଶ୍ରୀୟା ଛକସ୍ଥିତ ଫଳ ଭେଣ୍ଡିଂ ଜୋନ ଉଚ୍ଛେଦ କରିଛି ବିଏମ୍‌ସି ଓ ବିଏମସିର ଏନଫୋର୍ସମେଣ୍ଟ ଟିମ୍‌। ୩୨ଟି ଫଳ ଦୋକାନ ଥିବା ଏହି ଭେଣ୍ଡିଂ ଜୋନ ବ୍ୟବସାୟୀଙ୍କୁ ରାଜମହଲଠାରେ ନୂତନ ଦୋକାନ ପ୍ରଦାନ କରାଯାଇଛି । ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଥିଲେ ବ୍ୟବସାୟୀ। ଲକଡାଉନ, ସଟଡାଉନରେ ଜୀବିକା ବ୍ୟାପକ ପ୍ରଭାବିତ ହୋଇଥିବା ବେଳେ, ନୋଟିସର ଗୋଟିଏ ଦିନ ପରେ ଉଚ୍ଛେଦକୁ ବିରୋଧ କରାଯାଇଥିଲା ।

enchroachment

ପୂର୍ବରୁ ମାସକ ତଳେ ଉଚ୍ଛେଦ ପାଇଁ ନୋଟିସ ଜାରି ପରେ ମଧ୍ୟ ଉଚ୍ଛେଦ ନକରିବାକୁ ବ୍ୟବସାୟୀମାନେ ଦୋକାନ ଖୋଲିଥିଲେ ବୋଲି କହିଛନ୍ତି। ସେପଟେ ରାସ୍ତାର ଉନ୍ନତିମୂଳକ କାର୍ଯ୍ୟ ସହ ସଂପ୍ରସାରଣ ପାଇଁ ଉଚ୍ଛେଦ କରାଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି। ବ୍ୟବସାୟୀମାନଙ୍କୁ ଆଗରୁ ଦୋକାନ ଖାଲି କରିବାକୁ ସୂଚନା ଦିଆଯାଇଥିଲେ ମଧ୍ୟ ସେମାନେ ଦୋକନ ଖୋଲି ଥିଲେ। ଜନପଥ ପ୍ରୋଜେକ୍ଟ ପାଇଁ ରାସ୍ତା ସଂପ୍ରସାରଣର ଆବଶ୍ୟକତା ପାଇଁ ଏହି ଉଚ୍ଛେଦ କାର୍ଯ୍ୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.