ହିନ୍ଦୁସ୍ତାନ ସୀମାରେ ପାକିସ୍ତାନ ପାରା : ଶରୀରରେ ରହିଛି ଉର୍ଦ୍ଦୁର ଲେଖା ଏବଂ ମୋବାଇଲ୍ ନମ୍ବର

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ସୀମାରେ ସୋମାବାର ଦିନ ପୁଲିସ୍ ଏକ ପାକିସ୍ତାନୀ ପାରାକୁ ଜେରା କରିଛି। ତେବେ ପାରାଟିର ଜାଞ୍ଚ କରାଯାଉଥିବା ବେଳେ ତାହାକୁ ପାକିସ୍ତାନୀ  ଜାସୁସ୍ ବୋଲି ଆଶଙ୍କା କରାଯାଉଛି। ସୀମାରେ ଉପସ୍ଥିତ ଅଧିକାରୀଙ୍କ ସୂଚନା ଅନୁଯାୟୀ , ପାରାଟିକୁ ଜୁନ୍ ୧୧ ତାରିଖ ଦିନ ଭାରତ- ପାକିସ୍ତାନ ସୀମାରୁ ଦେଖାଯାଇଥିବା ବେଳେ ତା ଶରୀରରେ ଉର୍ଦ୍ଦୁ ଭାଷାରେ କିଛି ଲେଖା ଥିବା ସହ ମୋବାଇଲ୍ ନମ୍ବର ଦେଖିବାକୁ ମିଳିଛି । ସୀମାନ୍ତର ଗ୍ରାମଞ୍ଚଳରେ ଜଣେ ବ୍ଯକ୍ତି ପାରାଟିକୁ ଦେଖିବା ପରେ ସୀମାରେ ଥିବା ଅଧିକାରୀଙ୍କୁ ଏହା ବିଷୟରେ ଜଣାଇଥିଲା । ଯାହା ପରେ ପାରାଟିକୁ ଗିରଫ କରାଯିବା ସହିତ ତାହା ବିଷୟରେ ତଦନ୍ତ ଚଳାଇଛି ସେନାଅଧିକାରୀ।

Daily Pakistan

ମିଳିଥିବା ସୂଚନା ଅନୁଯାୟୀ , ପାରାଟିକୁ ବର୍ତ୍ତମାନ ପୁଲିସରୁ ସେନାଅଧିକାରୀଙ୍କୁ ଦିଆଯାଇଥିବା ବେଳେ ତାହାର ଏକ୍ସରେ କରାଯାଇଛି। ସୁରକ୍ଷାକର୍ମୀଙ୍କ ଅନୁଯାୟୀ ପାକିସ୍ତାନ୍ ଏବଂ ଭାରତ ସୀମାରେ ଉପସ୍ଥିତ ଥିବା ଡ୍ରଗ୍ସ ମାଫିଆ ସୂଚନା ନେଣଦେଣ ପାଇଁ ପାରାଙ୍କ ବ୍ଯବହାର କରାଯିବାର ଦେଖିବାକୁ ମଳିଛି। ତେବେ ପାରା ଉପରେ ମୋବାଇଲ୍ ନମ୍ବର ଏବଂ କିଛି ବାର୍ତ୍ତା ଉର୍ଦ୍ଦୁରେ ଲେଖାଥିବାର ଦେଖିବାକୁ ମିଳିଥିଲା ।

ଏହା ପ୍ରଥମ ଥର ନୁହଁ ଯେବେ ସୀମାନ୍ତରରେ ଏପରି ପାରାକୁ ଧରା ଯାଇଛି।  ଏହା ପୂର୍ବରୁ ମଧ୍ୟ ୨୦୧୫ ଏବଂ ୨୦୧୬ ମସିହାରେ ଭାରତୀୟ ସୀମାରେ ପାରାକୁ ବିଏସ୍ଏଫ୍ କର୍ମଚାରୀ ଜେରା କରିଥିଲେ । ସେହି ସମୟରେ ମଧ୍ୟ ପାରାଙ୍କ ଶରୀରରେ କିଛି ନମ୍ବର ସହ ଉର୍ଦ୍ଦୁରେ କିଛି ଲେଖାଥିବାର ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.