ପ୍ରଥମ ଟି-ଟ୍ବେଣ୍ଟି : ଇଣ୍ଡିଆ ଆଗରେ ଇଣ୍ଡିଜ୍ ରଖିଲା ୧୧୦ ରନ୍ ଟାର୍ଗେଟ୍

କୋଲକାତା : ଦିନ ଥିଲା ପାକିସ୍ତାନକୁ କୁହାଯାଉଥିଲା ଅନପ୍ରେଡିକଟେବଲ୍ ଟିମ୍ । ମାନେ କେତେବେଳେ କିଭଳି ଖେଳିବ ଜଣା ନାହିଁ । ଏବେ ଠିକ୍ ସେହି ଦଶାରେ ଅଛି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ । ୨୦୧୬ରେ ଟି-ଟ୍ବେଣ୍ଟିରେ ବିଶ୍ବ ଚାମ୍ପିଅନ୍ ହୋଇଥିବା ଦଳ ଆଜି ଇଡେନ୍ ଗାର୍ଡନସରେ ମାଟି କାମୁଡ଼ିଛି । ଏହାର ବ୍ୟାଟସମ୍ୟାନମାନେ ଭାରତ ସହ ଖେଳା ଯାଉଥିବା ପ୍ରଥମ ଟି-ଟ୍ବେଣ୍ଟିରେ ମ୍ୟାଚରେ ଅତି ଖରାପ ପ୍ରଦର୍ଶନ କରିଛନ୍ତି । ଭାରତର ଯୁବ ବାହିନୀ ବଢ଼ିଆ ବୋଲିଂ ଓ ଫିଲଡିଂ କରିଥିବା ବେଳେ ଇଣ୍ଡିଜର ବ୍ୟାଟସମ୍ୟାନ ଭିତରେ ନାଁ ତଳମେଳ ଥିଲା ନାଁ ସେମାନଙ୍କ ଭିତରେ ଭଲ ଭାଗିଦାରୀ ହୋଇ ପାରିଥିଲା । ଯାହା ଫଳରେ ଦଳ ୮ ୱିକେଟ୍ ହରାଇ ମାତ ୧୦୯ ରନ୍ କରି ପାରିଥିଲା ।

ଫର୍ମରେ ଥିବା ହୋପ୍, ହେଟମେୟର, କିରନ ପୋଲାର୍ଡ, ଡାରେନ୍ ବ୍ରାଭୋ କେହି ବି ତିଷ୍ଠି ପାରି ନଥିଲେ । ସର୍ବାଧିକ ସ୍କୋର ୨୭ ରନ୍ କରିଥିଲେ ଆଠ ନମ୍ବର ବ୍ୟାଟସମ୍ୟାନ୍ ଫାବିଏନ୍ ଆଲେନ୍ । ଭାରତ ପକ୍ଷରୁ ସ୍ପିନର କୁଲଦୀପ ଯାଦପ ୩ଟି ୱିକେଟ୍ ଦଖଲ କରିଥିଲେ ।

ସ୍କୋର : ୱେଷ୍ଟଇଣ୍ଡିଜ୍- (ହୋପ୍ ୧୪, ପୋଲାର୍ଡ଼ ୧୪, ଆଲେନ୍ ୨୭, ପଲ୍ ଅପରାଜିତ ୧୫ । କୁଲଦୀପ ଯାଦବ ୪-୦-୧୩-୩)

Leave A Reply

Your email address will not be published.