AIIMS ରେ ବମ୍ପର ଭର୍ତ୍ତି, ତୁରନ୍ତ କରନ୍ତୁ ଆବେଦନ

ଏମ୍ସ ରାଜକୋଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍‌ କରିପାରିବେ । ଆବେଦନ ତାରିଖ ୭ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବେଳେ ୭ ନଭେମ୍ବରରେ ସମାପ୍ତ ହେବ ।

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଏମ୍ସ ରାଜକୋଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅଧିନରେ ବମ୍ପର ଭର୍ତ୍ତି କରାଯିବ । ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ aiimsrajkot.edu.in କୁ ଯାଇ ଭର୍ତ୍ତି କରି ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ନୋଟିଫିକେସନ ୭ ଅକ୍ଟୋବର ରୋଜଗାର ସମାଚାରରେ ପ୍ରକାଶିତ ହୋଇଥିଲା । ଆବେଦନ କରିବାର ଶେଷ ତାରିଖ ନୋଟିଫିକେସନ ଜାରି ହେବାର ୩୦ ଦିନ ପର୍ଯ୍ୟନ୍ତ ରହିଛି ।

ପଦବୀ ବିବରଣୀ : ୧୩୧

ଜରୁରୀ ତାରିଖ : ପ୍ରାର୍ଥୀଙ୍କ ଆବେଦନ ତାରିଖ ୭ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବେଳେ ୭ ନଭେମ୍ବରରେ ସମାପ୍ତ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ସାମାନ୍ୟ/ଓବିସି ପ୍ରାର୍ଥୀ ୩ ହଜାର ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/ EWS ପ୍ରାର୍ଥୀ ୧୫୦୦ ଟଙ୍କା ଦେବାକୁ ହେବ । ଦିବ୍ୟାଙ୍ଗ ପ୍ରାର୍ଥୀ କୌଣସି ଆବେଦନ ଶୁଳ୍କ ଦେବେ ନାହିଁ।

କେମିତି କରିବେ ଆବେଦନ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୱେବସାଇଟ aiimsrajkot.edu.in କୁ ଯାଆନ୍ତୁ ।

ଏହାପରେ ହୋମପେଜରେ ରିକ୍ରୁଟମେଣ୍ଟ ଟାବରେ କ୍ଲିକ୍‌ କରନ୍ତୁ ।
ଏହାପରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍‌ କରି ଆବେଦନ ଫର୍ମ ପୂରଣ କରନ୍ତୁ ।
ସମସ୍ତ ଦସ୍ତାବିଜ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଫର୍ମ ସବିମଟ କରିବା ପରେ ଆବେଦନ ପତ୍ରକୁ ଡାଉନଲୋଡ କରନ୍ତୁ ।
ଆବେଦନ ଫର୍ମ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.