AIIMS ରେ ୫୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଗ୍ରାଜୁଏସନ କରିଥିଲେ ସୁବର୍ଣ୍ଣ ସୁଯୋଗ । ଦିଲ୍ଲୀ ଏମ୍ସରେ ଖାଲିପଡିଛି ୫୦୦ରୁ ଅଧିକ ପଦବୀ । ୨୮ ଜୁନ୍‌ ପୂର୍ବରୁ କରନ୍ତୁ ଆବେଦନ ।

ଦିଲ୍ଲୀ ଏମ୍ସରେ ବମ୍ପର ଭର୍ତ୍ତି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ ପାଇଁ ପ୍ରଥମେ ନୋଟିଫିକେସନ ଭଲଭାବେ ଚେକ୍‌ କରିବା ଜରୁରୀ । ଏଠାରେ ୫୦୦ ପଦବୀ ଖାଲିପଡିଛି। ଏଥିପାଇଁ ଅଫିସିଆଲ ୱେବସାଇଟ୍‌  aiimsexams.ac.in କୁ ଯାଇ ଆବେଦନ କରିପାରିବେ । ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୮ ଜୁନ୍‌ ୨୦୨୩ ରହିଛି ।

ପଦବୀ ବିବରଣୀ : ୫୨୮

ସିନିଅର ରେଜିଡେଣ୍ଟ/ଡେମୋଷ୍ଟ୍ରେଟର

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୮ ଜୁନ୍‌ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ/ସଂସ୍ଥାରୁ ଗ୍ରାଜୁଏସନ/ଏମଡି/ଏମଏସ/ଡିଏନବି/ପିଏଚି କରିଥିଲେ କରିପାରିବେ ଆବେଦନ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ୪୫ ବର୍ଷ ହେବା ଜରୁରୀ ।

କେମିତି ହେବ ଚୟନ : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ହେବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ୩ ହଜାର ଟଙ୍କା ରହିଛି ।

ପରୀକ୍ଷା : ଏହି ପଦବୀ ପାଇଁ ଆସନ୍ତା ୧୫ ଜୁଲାଇରେ ପରୀକ୍ଷା ଆୟୋଜନ ହେବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://jr.aiimsexams.ac.in/pdf/Advertisement%20for%20JR-July’2023%20session03062023.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.