UPSC ରେ ଇପିଏଫଓ ପର୍ସନାଲ ଆସିଷ୍ଟାଣ୍ଟ ପାଇଁ ୩୩୫ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

upsc ଇପିଏଫଓ ପର୍ସନାଲ ଆସଷ୍ଟାଣ୍ଟ ପଦବୀରେ ଭର୍ତ୍ତି ପାଇଁ ନୋଟିସ ଜାରି ହୋଇଛି । ୟୁପିଏସସି ଇପିଏଫଓ ପରୀକ୍ଷା ୨୦୨୪ ପାଇଁ ଆବେଦନ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୭ ମାର୍ଚ୍ଚ ରହିଛି ।

ୟୁପିଏସସିରେ ପର୍ସନାଲ ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ଇପିଏଫଓ ପର୍ସନାଲ ଆସଷ୍ଟାଣ୍ଟ ପଦବୀରେ ଭର୍ତ୍ତି ପାଇଁ ନୋଟିସ ଜାରି ହୋଇଛି । ୟୁପିଏସସି ଇପିଏଫଓ ପରୀକ୍ଷା ୨୦୨୪ ପାଇଁ ଆବେଦନ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୭ ମାର୍ଚ୍ଚ ରହିଛି । ଏହା ଜରିଆରେ ୩୩୫ ପଦବୀରେ ଭର୍ତ୍ତି ହେବ ।

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୟୁପିଏସସି ଇପିଏଫଓ ଭର୍ତ୍ତି ୨୦୨୪ ପାଇଁ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ upsconline.nic.in ଯାଇ ଆବେଦନ କରିପାରିବେ । ଏଥିପାଇଁ କେବଳ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅନ୍ୟ କୌଣସି ପ୍ରକାରର ଆବେଦନ ଫର୍ମ ସ୍ୱୀକାର କରାଯିବ ନାହିଁ ।

ପଦବୀ ବିବରଣୀ : ୩୩୫

ସଂରକ୍ଷିତ ପ୍ରାର୍ଥୀଙ୍କ ୧୩୨ ସିଟ୍‌ ଖାଲି ପଡିଥିବା ବେଳେ EWS ୩୨, ଓବିସି ୮୭, ଅନୁସୂଚିତ ଜାତି ୪୮, ଅନୁସୂଚିତ ଜନଜାତି ୨୪ ଏବଂ PWD ୧୨ଟି ସିଟ୍‌ ଖାଲିପଡିଛି ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨୭, ୨୦୨୪ ରହିଛି ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଆଧାରରେ ହେବ । ପରୀକ୍ଷା ୩ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ଲିଖିତ ପରୀକ୍ଷା ଏହାପରେ ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ଶେଷରେ ମେଡିକାଲ ପରୀକ୍ଷା ଆଧାରରେ ଚୟନ ହେବ ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ୟୁନିଭରସିଟିରୁ ବ୍ୟାଚଲର ଡିଗ୍ରୀ ସହିତ ଷ୍ଟେନୋ ଏବଂ ଟାଇପିଂ କରିଥିବା ଜରୁରୀ ।

ବୟସ ସୀମା : ସଂରକ୍ଷିତ ଏବଂ EWS ପ୍ରାର୍ଥୀ ୩୦ ବର୍ଷ ଏବଂ ଓବିସି ୩୩ ବର୍ଷ, ଅନୁସୂଚିତ ଜାତି/ଜନଜାତି ୩୫ ବର୍ଷ ଏବଂ PWD ବର୍ଗ ୪୦ ବର୍ଷ ହେବା ଜରୁରୀ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.