ଛତିଶଗଡ ଉଚ୍ଚ ଶିକ୍ଷା ବିଭାଗରେ ବମ୍ପର ଭର୍ତ୍ତି, ଜାଣନ୍ତୁ କେବେ ଠୁ କରିବେ ଆବେଦନ
ଛତିଶଗଡ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୮୦୦ରୁ ଅଧିକ ପଦବୀ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ତାରିଖ ଚେକ୍ କରନ୍ତୁ ।
ଛତିଶଗଡରେ ଉଚ୍ଚ ଶିକ୍ଷା ବିଭାଗ ଏକ ଭର୍ତ୍ତି ନୋଟିଫିକେସନ ଜାରି କରିଛି । ଏହା ଅନୁସାରେ ରାଜ୍ୟରେ ବମ୍ପର ଭର୍ତ୍ତି କରାଯିବ । ଇଚ୍ଛୁକ ପ୍ରାର୍ଥୀ ଛତିଶଗଡ ଉଚ୍ଚ ଶିକ୍ଷା ବିଭାର ଅଫିସିଆଲ ୱେବସାଇଟ highereduction.cg.gov.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୮୮୦
ଲାବ୍ରୋଟାରୀ ଆଟେଣ୍ଡାଣ୍ଟ : ୪୩୦
ସହାୟକ : ୨୧୦
ଚୌକିଦାର : ୨୧୦
ସ୍ୱିପର : ୩୦
ଜରୁରୀ ତାରିଖ : ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ୧୨ ଅକ୍ଟୋବର ୨୦୨୩ରୁ ଆରମ୍ଭ ହେବ ।
କେଉଁଠି କରିବେ ଆବେଦନ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିବେ ।
କେମିତି କରିବେ ଆବେଦନ : ଏହି ଭର୍ତ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀ କେବଳ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଥିପାଇଁ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ଏହାପରେ େଓ୍ଵବସାଇଟ ସମ୍ବନ୍ଧୀୟ ଲିଙ୍କ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆବଶ୍ୟକ ଶୁକ୍ଳ ଜମା କରିବା ପରେ ଜମା ଫର୍ମର ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍ କରନ୍ତୁ ।