Below header

ITBP କନଷ୍ଟେବଳ ପଦବୀ ପାଇଁ ବମ୍ପର ଭର୍ତ୍ତି, ରାଲି ମାଧ୍ୟମରେ ହେବ ଚୟନ

ଆଇଟିବିପିରେ ୬୨୦ କନଷ୍ଟେବଳ ପଦବୀ ଖାଲିପଡିଛି । ୫ ରୁ ୮ ତାରିଖ ପର୍ଯ୍ୟନ୍ତ ରାଲି ହେବ । ଏହି ରାଲି ମାଧ୍ୟମରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଲଦାଖ, ସିକିମ ଏବଂ ଅରୁଣାଚଳ ପ୍ରଦେଶ ପାଇଁ ପ୍ରାର୍ଥୀ ଚୟନ କରାଯିବ ।

ଆଇଟିବିପିରେ କନଷ୍ଟେବଳ ପଦବୀ ପାଇଁ ଇଚ୍ଛା ରଖୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ୬୨୦ କନଷ୍ଟେବଳ ପଦବୀ ଖାଲିପଡିଛି । ଏହି ଭର୍ତ୍ତି ପାଇଁ ସିଲେକ୍ସନ ଓପନ ରିକ୍ର୍ୟୁଟମେଣ୍ଟ ରାଲି ମାଧ୍ୟମରେ ହେବ । ରାଲି ଅକ୍ଟୋବର ୫ ତାରିଖରେ ଆୟୋଜିତ ହେବ । ୫ ରୁ ୮ ତାରିଖ ପର୍ଯ୍ୟନ୍ତ ରାଲି ହେବ । ଏହି ରାଲି ମାଧ୍ୟମରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଲଦାଖ, ସିକିମ ଏବଂ ଅରୁଣାଚଳ ପ୍ରଦେଶ ପାଇଁ ପ୍ରାର୍ଥୀ ଚୟନ କରାଯିବ ।

ପଦବୀ ବିବରଣୀ : ୬୨୦

ସିକିମ : ୧୮୬
ଅରୁଣାଚଳ ପ୍ରଦେଶ : ୨୫୦
ଉତ୍ତରାଖଣ୍ଡ : ୧୬
ହିମାଚଳ ପ୍ରଦେଶ : ୪୩
ଲଦାଖ : ୧୨୫

ଜରୁରୀ ତାରିଖ : ୫ ରୁ ୮ ଅକ୍ଟୋବରରେ ଅନୁଷ୍ଠିତ ହେବ ରାଲି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ଜରୁରୀ । କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ ପାସ୍‌ କରୁଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହେବ ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଜେନେରାଲ, ଓବିସି, EWS ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ । ଏହା ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ହେବେ । ମହିଳା ପ୍ରାର୍ଥୀ, ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.