ଏସୀୟ କ୍ରୀଡ଼ା : ତୀରନ୍ଦାଜୀରେ ପୁଣି ଭାରତକୁ ସ୍ବର୍ଣ୍ଣ, ଜ୍ୟୋତି, ଅଦିତି ଓ ପରନୀତ କୌର ଗୋଲ୍ଡ ଜିତିଛନ୍ତି ଗୋଲ୍ଡ
ତୀରନ୍ଦାଜୀରେ ପୁଣି ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ। ମହିଳା କଂପାଉଣ୍ଡ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ମିଳିଛି। ଜ୍ୟୋତି, ଅଦିତି ଓ ପରନୀତ କୌର ଗୋଲ୍ଡ ମେଡାଲ ଜିତିଛନ୍ତି।
ଏସିଆନ୍ ଗେମସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ। ତୀରନ୍ଦାଜୀରେ ପୁଣି ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ। ମହିଳା କଂପାଉଣ୍ଡ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ମିଳିଛି। ଜ୍ୟୋତି, ଅଦିତି ଓ ପରନୀତ କୌର ଗୋଲ୍ଡ ମେଡାଲ ଜିତିଛନ୍ତି। ଚୀନର ହାଙ୍ଗଝୌ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଏ ପର୍ଯ୍ୟନ୍ତ ୧୯ସ୍ବର୍ଣ୍ଣ, ୩୧ ରୌପ୍ୟ ଓ ୩୨ ବ୍ରୋଞ୍ଜ ସହ ପଦକ ମୋଟ ୮୨ ପଦକ ଜିତି ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ ।
ଆୟୋଜକ ଚୀନ୍ ୧୭୧ ସ୍ବର୍ଣ୍ଣ ସହ ମୋଟ ୩୧୬ ପଦକ ଜିତି ତାଲିକାର ପ୍ରଥମ ସ୍ଥାନରେ ରହିଛି । ଜାପାନ ୩୭ ସ୍ବର୍ଣ୍ଣ ଏବଂ କୋରିଆ ୩୩ ସ୍ବର୍ଣ୍ଣ ସହିତ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।
Asian Games: India wins gold in archery compound women’s team event
Read @ANI Story | https://t.co/XB3vTL3tNm#JyothiSurekhaVennam #AditiGopichand #ParneetKaur pic.twitter.com/20XCkAMb5i
— ANI Digital (@ani_digital) October 5, 2023